କନକ ବ୍ୟୁରୋ: ଅହମଦାବାଦ ବିମାନ ଦୁର୍ଘଟଣା ମାମଲାରେ ଡିଜିସିଏର ବଡ଼ କାର୍ଯ୍ୟାନୁଷ୍ଠାନ । ୩ଜଣ ଏୟାରଇଣ୍ଡିଆ ଅଧିକାରୀଙ୍କୁ ତୁରନ୍ତ ବହିଷ୍କାର ପାଇଁ ନିର୍ଦ୍ଦେଶ ଦେଇଛି ଡିଜିସିଆଇ । ଦୁର୍ଘଟଣା ମାମଲାର ତଦନ୍ତ କରୁଥିବା ଡିଜିସିଆଇର ଅନ୍ତରୀଣ କମିଟି ଏହି ୩ ଅଧିକାରୀଙ୍କ ବିରୋଧରେ ନିୟମ ଉଲ୍ଲଂଘନ କରିଥିବା ପ୍ରମାଣ ପାଇଛନ୍ତି ।
ଯେଉଁ ବିମାନ ଦୁର୍ଘଟଣାର ଶିକାର ହୋଇଛି କ୍ରିୟୁ ସଦସ୍ୟ ଓ ସିଡ୍ୟୁଲିଂରେ ନେଇ କିଛି ତ୍ରୁଟି ଦେଖାଦେଇଥିଲା । ଏହି ବାବଦରେ ଅଧିକାରୀ ଜାଣି ମଧ୍ୟ ଏହାକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି । ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବାକୁ ୭ଟି ଭିନ୍ନ ଭିନ୍ନ ତଦନ୍ତକାରୀ ଟିମ କାମ କରୁଛନ୍ତି ।