DGCAର ବଡ଼ ନିର୍ଦ୍ଦେଶ; ସବୁ ବିମାନର ଇଞ୍ଜିନ୍ ଫୁଏଲ୍ ସ୍ୱିଚ୍ ଯାଞ୍ଚ ବାଧ୍ୟତାମୂଳକ

Advertisment

ଡିଜିସିଏ ତରଫରୁ ଆହୁରି ମଧ୍ୟ କୁହାଯାଇଛି ଯେ, କିଛି ଅନ୍ତରାଷ୍ଟ୍ରୀୟ ଏବଂ ଘରୋଇ ଅପରେଟର୍ ଏସଏଆଇବି ମୁତାବକ ନିଜ ନିଜ ବିମାନର ନୀରିକ୍ଷଣ ଆରମ୍ଭ କରିଦେଇଛନ୍ତି । ଏହାସହ ବାକି ଏୟାରଲାଇନ୍ସମାନେ ମଧ୍ୟ ଜୁଲାଇ ୨୧ ତାରିଖ ଭିତରେ ନିଜ ବିମାନର ଯାଞ୍ଚ କରାଇ ନିଅନ୍ତୁ ।

ଡିଜିସିଏ ତରଫରୁ ଆହୁରି ମଧ୍ୟ କୁହାଯାଇଛି ଯେ, କିଛି ଅନ୍ତରାଷ୍ଟ୍ରୀୟ ଏବଂ ଘରୋଇ ଅପରେଟର୍ ଏସଏଆଇବି ମୁତାବକ ନିଜ ନିଜ ବିମାନର ନୀରିକ୍ଷଣ ଆରମ୍ଭ କରିଦେଇଛନ୍ତି । ଏହାସହ ବାକି ଏୟାରଲାଇନ୍ସମାନେ ମଧ୍ୟ ଜୁଲାଇ ୨୧ ତାରିଖ ଭିତରେ ନିଜ ବିମାନର ଯାଞ୍ଚ କରାଇ ନିଅନ୍ତୁ ।

PLANE CRASH

PLANE CRASH Photograph: (KANAK NEWS)

କନକ ବ୍ୟୁରୋ: ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ ସାମ୍ନାକୁ ଆସିବା ପରେ ଡିଜିସିଏ ଏକ ବଡ଼ ଆଦେଶ ଜାରି କରିଛି । ଡିଜିସିଏ ସବୁ ପଞ୍ଜୀକୃତ ଭାରତୀୟ ବିମାନର ଇଞ୍ଜିନ୍ ଫୁଏଲ୍ ସ୍ୱିଚକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି । ଆଉ ଜୁଲାଇ ୨୧ ତାରିଖ ଭିତରେ ଏହି ଯାଞ୍ଚ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ ଡିଜିସିଏ ତରଫରୁ ଆହୁରି ମଧ୍ୟ କୁହାଯାଇଛି ଯେ, କିଛି ଅନ୍ତରାଷ୍ଟ୍ରୀୟ ଏବଂ ଘରୋଇ ଅପରେଟର୍ ଏସଏଆଇବି ମୁତାବକ ନିଜ ନିଜ ବିମାନର ନୀରିକ୍ଷଣ ଆରମ୍ଭ କରିଦେଇଛନ୍ତି । ଏହାସହ ବାକି ଏୟାରଲାଇନ୍ସମାନେ ମଧ୍ୟ ଜୁଲାଇ ୨୧ ତାରିଖ ଭିତରେ ନିଜ ବିମାନର ଯାଞ୍ଚ କରାଇ ନିଅନ୍ତୁ । ସୂଚନାଯୋଗ୍ୟ ଯେ, ବିଶ୍ୱର ଅନେକ ଏୟାରଲାଇନ୍ସ କମ୍ପାନି ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ ଆସିବା ପରେ ନିଜ ନିଜ ବିମାନର ଯାଞ୍ଚ କରିବା ଆରମ୍ଭ କରିଦେଇଛନ୍ତି । ଖାସ୍ କରି ବୋଇଙ୍ଗ୍ ୭୮୭ର ଫୁଏଲ୍ ସ୍ୱିଚ୍ ଲକିଙ୍ଗ୍ ସିଷ୍ଟମକୁ ଯାଞ୍ଚ କରାଯାଉଛି । ଯାହାକୁ ନେଇ ହିଁ ଅହମ୍ମଦାବାଦ ଦୁର୍ଘଟଣା ଘଟିଛି ବୋଲି ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ।
ପ୍ରାରମ୍ଭିକ ରିପୋର୍ଟରେ କଣ ଜଣାପଡ଼ିଛି?

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଯେ, ବିମାନର ସମସ୍ତ ଜରୁରି ଯାଞ୍ଚ କରାଯାଇଥିଲା । ଏହାସହ ବିମାନ ପାଖରେ ବୈଧ ଉଡ଼ାଣ ଯୋଗ୍ୟତା ପ୍ରମାଣପତ୍ର ମଧ୍ୟ ଥିଲା । ହେଲେ ଏୟାରଇଣ୍ଡିଆ ବିମାନଟି ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ କିନ୍ତୁ ଏହାର ଇଞ୍ଜିନ୍ ଫୁଏଲ୍ ସ୍ୱିଚ୍ ବନ୍ଦ ହୋଇଯାଇଥିଲା । ଯାହାପରେ ଜଣେ ପାଇଲଟ୍ , ଆଉ ଜଣେ ପାଇଲଟଙ୍କୁ ପଚାରିଥିଲେ ଯେ କାହିଁକି ଇଞ୍ଜିନ୍ ଫୁଏଲ୍ ସ୍ୱିଚ୍ ବନ୍ଦ କଲ? ହେଲେ ଏହାର ଉତ୍ତରରେ ଦ୍ୱିତୀୟ ପାଇଲଟ୍ ଜଣକ କହିଥିଲେ, ମୁଁ ଏପରି କରିନି । ଯାହାର କିଛି ସମୟ ପରେ ହିଁ ପାଇଲଟ୍ ମେଡେ କଲ୍ ଦେବା ସହିତ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe