କନକ ବ୍ୟୁରୋ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବିକ୍ରମ ଦେବ ଦତ୍ତଙ୍କୁ ପଦରୁ ହଟାଇଦିଆଯାଇଛି । ବିମାନରେ ବାରମ୍ବାର ବୋମା ଆତଙ୍କ ଘଟଣା ପରେ ତାଙ୍କୁ ଏହି ପଦବୀରେ ହଟାଇବାକୁ ନିଷ୍ପତ୍ତି ନେଇଥିଲା କେନ୍ଦ୍ର । ତାଙ୍କୁ ଏବେ କୋଇଲା ମନ୍ତ୍ରଣାଳୟର ସଚିବ ଭାବେ ବଦଳି କରାଯାଇଛି।
ସୂଚନା ଅନୁଯାୟୀ, ଭାରତୀୟ ଏୟାରଲାଇନ୍ସକୁ ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ ପାଖାପାଖି ୭୦ଟି ବୋମା ଧମକ ମିଳିଛି । ପୂର୍ବରୁ ଏଭଳି ଏକାଧିକ ଘଟଣା ଘଟିଥିବାବେଳେ ଶନିବାର ଅନ୍ତର୍ଜାତୀୟ ମାର୍ଗରେ ଥିବା ପ୍ରାୟ ୫ଟି ଭିସ୍ତାରା ବିମାନକୁ ସୋସିଆଲ ମିଡିଆ ଜରିଆରେ ବୋମା ଧମକ ମିଳିଥିବା ବେଳେ ଇଣ୍ଡିଗୋର ୪ଟି ବିମାନକୁ ସମାନ ମେସେଜ ମିଳିଥିଲା। ଏସବୁକୁ ନେଇ ଶନିବାର ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ୍)ର ଅଧିକାରୀମାନେ ରାଜୀବ ଗାନ୍ଧୀ ଭବନରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବିଭିନ୍ନ ଏୟାରଲାଇନ୍ସ ଅପରେଟରଙ୍କ ସିଇଓଙ୍କ ସହ ବୈଠକ କରିଥିଲେ । ଯାତ୍ରୀଙ୍କ ପାଇଁ ଭୟ ଓ ଅସୁବିଧା ସୃଷ୍ଟି କରୁଥିବା ବିପଦର ମୁକାବିଲା ପାଇଁ ସିଇଓମାନଙ୍କୁ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର (ଏସ୍ଓପି) ବିଷୟରେ ଅବଗତ କରାଯାଇଥିଲା । ବିମାନଗୁଡ଼ିକୁ ଡାଇଭର୍ଟ କରିବା ସହ ବାତିଲ୍ ଏବଂ ପୁନଃନିର୍ଦ୍ଧାରଣ କରିବାକୁ ପଡ଼ୁଥିବାରୁ ଏୟାରଲାଇନ୍ସଗୁଡ଼ିକର କ୍ଷତି ହେଉଥିବା ବୈଠକରେ କୁହାଯାଇଥିଲା ।
ବେସାମରିକ ବିମାନ ଚଳାଚଳ କ୍ଷେତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ବିଭିନ୍ନ ବିମାନକୁ ପ୍ରାୟ ୩୦ଟି ବୋମା ଧମକ ଦିଆଯାଇଥିଲା । ଇଣ୍ଟରନେଟ୍ ପ୍ରୋଟୋକଲ୍ (ଆଇପି ଚଳିତ ସପ୍ତାହର ଆରମ୍ଭରେ ଲଣ୍ଡନ, ଜର୍ମାନୀ, କାନାଡା ଏବଂ ଆମେରିକାରେ ଚିହ୍ନଟ ହୋଇଛି । ତେବେ ଭର୍ଚୁଆଲ ପ୍ରାଇଭେଟ୍ ନେଟୱାର୍କ (ଭିପିଏନ)କୁ କିଛି ସନ୍ଦିଗ୍ଧ ନିଜର ପ୍ରକୃତ ସ୍ଥାନ ଲୁଚାଇବା ପାଇଁ ବ୍ୟବହାର କରିଥିଲେ। ତେବେ ବିମାନ ଚଳାଚଳ ନିୟାମକ ଡିଜିସିଏ ଏବଂ ବିସିଏଏସ୍ ନୂଆ ଗାଇଡଲାଇନ୍ ଜାରି କରିବେ ବୋଲି ଆଶା କରାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/20/x9SVAP7LvNJvjOMjL442.jpg)