5dfddd Photograph: (5dfddd)
କନକ ବ୍ୟୁରୋ: ୨୦୨୪କୁ ବିଦାୟ ୨୦୨୫କୁ ସ୍ବାଗତ ପାଇଁ ସମସ୍ତଙ୍କ ଭିତରେ ବଢ଼ି ଚାଲିଛି ଉତ୍କଣ୍ଠା। ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ପ୍ରସ୍ତୁତି ଚାଲିଛି। ଏହାକୁ ଆହୁରି ସ୍ମରଣୀୟ କରିବା ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ଆଉ ପ୍ରଶାସନର ଦୀର୍ଘ ପ୍ରସ୍ତୁତି ସତ୍ବେ ବି ଶ୍ରଦ୍ଧାଳୁ ଆହତ ହୋଇ ହସ୍ପିଟାଲକୁ ଯାଇଛନ୍ତି। ତେବେ ଆସନ୍ତା ଦୁଇ ଦିନ ଆହୁରି ଭିଡ ହେବାକୁ ଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହେବ।
- ଶ୍ରୀମନ୍ଦିରରେ ପ୍ରବଳ ଭିଡ
- ଦର୍ଶନ ବେଳେ ଶ୍ରଦ୍ଧାଳୁ ଆହତ
ନୂଆବର୍ଷ ୨୦୨୫କୁ ସ୍ବାଗତ ପାଇଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଥିବାବେଳେ, ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ଆସନ୍ତା ଦୁଇ ଦିନ ଆହୁରି ଭିଡ ବଢ଼ିବାର ସମ୍ଭାବନା ରହିଛି। କିନ୍ତୁ ଏହାରି ଭିତରେ ଚିନ୍ତାଜନକ ଖବର ଆସିଛି । ପ୍ରବଳ ଭିଡ ଯୋଗୁଁ ବାହାରକାଠ ନିକଟରେ ଠେଲାପେଲାରେ କିଛି ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ବିଗିଡିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତି କରିବାକୁ ପଡିଛି।
ଏବେ ଯେତିକି ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଆସୁଛନ୍ତି, ଆସନ୍ତା ଦୁଇ ଦିନ ତାଠାରୁ ବହୁ ଅଧିକ ଶ୍ରଦ୍ଧାଳୁ ଆସିବାର ସମ୍ଭାବନା ରିହଛି। ତେଣୁ ଏହି ଭିଡକୁ କେମିତି ନୟନ୍ତ୍ରଣ କରାଯିବ ଓ ଶ୍ରଦ୍ଧାଳୁମାନେ ଶାନ୍ତି ଶୃଂଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ସୂଚନା ମୁତାବକ, ଆସନ୍ତାକାଲି ଓ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ । ଅନ୍ୟ ୩ ଦ୍ୱାର ଦେଇ ପ୍ରବେଶ ଉପରେ କଟକଣା ଲଗା ଯାଇଛି, କେବଳ ପ୍ରସ୍ଥାନ ପାଇଁ ଅନୁମତି ଦିଆଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଯାଏଁ ବ୍ୟାରିକେଡ୍ କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଜନଗହଳିପୂର୍ଣ୍ଣ ସ୍ଥାନରେ ଆଣ୍ଟି ସ୍ନାଚିଂ ଟିମ୍ ମୁତୟନ ରହିବେ ।
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ବେଳାଭୂମିରେ ପର୍ୟ୍ୟଟକଙ୍କ ସୁରକ୍ଷା ଓ ଟ୍ରାଫିକ୍ ସୁପରିଚାଳନା ନେଇ ବ୍ୟାପକ ପ୍ରସ୍ତୁତି କରିଛି ପୁରୀ ପୋଲିସ । କାଲି ଓ ନୂଆବର୍ଷରେ ପ୍ରବଳ ଭିଡ଼ ଆଶଙ୍କାରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଯାନ ଜେଲ୍ ରୋଡ ପାର୍କିଂରେ, କୋଣାର୍କରୁ ଆସୁଥିବା ଚାରିଚକିଆ ତାଳବଣିଆ ପାର୍କିଂରେ ଓ ବ୍ରହ୍ମଗିରିରୁ ଆସୁଥିବା ଚାରିଚକିଆ ଯାନ ଷ୍ଟର୍ଲିନ କିମ୍ବା ଯାତ୍ରିକା ପାର୍କିଂରେ ରହିବ । ମେଡିକାଲ୍ ଛକଠାରୁ ଶ୍ରୀମନ୍ଦିର ଓ ବେଳାଭୂମି ପର୍ୟ୍ୟନ୍ତ କୌଣସି ଚାରିଚକିଆ ଯାନ ଯାତାୟାତ କରିବ ନାହିଁ । ମାର୍କେଟ ଛକଠାରୁ ହେବ ଘଙ ଠଋଐଓଉଖଋ ତଙଘଋ ରଖାଯାଇଛି। ନିୟନ୍ତ୍ରଣ ପାଇଁ ପୁରୀର ମୁଖ୍ୟ ପ୍ରବେଶପଥରେ ଚେକିଂକୁ କଡାକଡି କରାଯିବ ।
Follow Us