ସିଦ୍ଧି ବିନାୟକଙ୍କ ପାଇଁ ହାତ ଖୋଲିଦେଲେ ଭକ୍ତ, ମନ୍ଦିରକୁ ବାର୍ଷିକ ଦାନରେ ମିଳିଲା ୧୩୩ କୋଟି ଟଙ୍କା

ବର୍ଷ ୨୦୨୩-୨୪ରେ ୧୧୪ କୋଟି ଥିବାବେଳେ ଏଥରକ ମିଳିଛି ୧୩୩ କୋଟି ଟଙ୍କା । ଅନୁମାନ କରାଯାଉଛି ବର୍ଷ ୨୦୨୫-୨୬ ରେ ଏହା ଦେଢ ଶହ କୋଟି ପାର ହୋଇପାରେ ।

Sidhi vinayak

Photograph: (KanakNews )

କନକ ବ୍ୟୁରୋ :  ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିର । ବର୍ଷ ୨୦୨୪-୨୫ରେ ସବୁଠୁ ଅଧିକ ଦାନ ପାଇଥିବା ମନ୍ଦିର ହୋଇଛି ସିଦ୍ଧି ବିନାୟକ । ମନ୍ଦିର ଟ୍ରଷ୍ଟର ସୂଚନା ଅନୁସାରେ ଏଥରକ ବାର୍ଷିକ ଦାନରୁ ମିଳିଲା  ୧୩୩ କୋଟି । ଗତବର୍ଷ ତୁଳନାରେ ୧୫ ପ୍ରତିଶତ ବୃଦ୍ଧି ହୋଇଛି ଦାନ । ବର୍ଷ ୨୦୨୩-୨୪ରେ ୧୧୪ କୋଟି ଥିବାବେଳେ ଏଥରକ ମିଳିଛି ୧୩୩ କୋଟି ଟଙ୍କା । ଅନୁମାନ କରାଯାଉଛି ବର୍ଷ ୨୦୨୫-୨୬ ରେ ଏହା ଦେଢ ଶହ କୋଟି ପାର ହୋଇପାରେ । ନଗଦ ଦାନ ସହ ଦେଶବିଦେଶରୁ ଅନଲାଇନ ଦାନ ମଧ୍ୟ ମିଳିଥାଏ । ପ୍ରସିଦ୍ଧ ସିଦ୍ଧି ବିନାୟକଙ୍କ ଭକ୍ତଙ୍କ ତାଲିକା କିଛି କମ ନୁହେଁ ।ସାଧାରଣ ଭକ୍ତଠୁ ନେଇ ସେଲିବ୍ରେଟି । ଆଶୀର୍ବାଦ ପାଇଁ ଗଣପତିଙ୍କ ଶରଣାପନ୍ନ ହୁଅନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe