ଘୋଷଯାତ୍ରାରେ ମହାଦେବଙ୍କ ବେଶରେ ନଜର ଆସିଲେ ଶ୍ରଦ୍ଧାଳୁ । ନିଜକୁ ମହାପ୍ରଭୁଙ୍କ ପାଇଁ ସମର୍ପି ଦେଇଛନ୍ତି ।
ଗନ୍ଧର୍ବ ବେଶରେ ବଡ଼ଦାଣ୍ଡରେ ବୁଲିବୁଲି ନାଚୁଛନ୍ତି ଭକ୍ତ । କହିଲେ ଚକାନୟନକୁ ଦେଖିବାକୁ ଆସିଛି ।
ଭାବବିନୋଦିଆଙ୍କ ପାଇଁ ବେଶଧାରୀ ମୟୂରଚୂଳିଆଙ୍କ ଭାବ । କହୁ କହୁ କାନ୍ଦି ପକାଉଛନ୍ତି ବେଶଧାରୀ ମୟୂରଚୂଳିଆ ।
ମହାପ୍ରଭୁଙ୍କ ପାଇଁ ବଡ଼ଦାଣ୍ଡରେ ପାଦରେ ଘୁଙ୍ଗୁର ବାନ୍ଧିଛନ୍ତି ଓଡ଼ିଶୀ ନୃତ୍ୟଶିଳ୍ପୀ । ଆଜି ପାଦ ଥକୁନି ।
କୁନି ପିଲାଟେ କାଳିଆର ରୂପ ନେଇ କେଡ଼େ ସୁନ୍ଦର ଦିଶୁଛି । କହୁଛି, ମତେ ପ୍ରଭୁ ଜଗନ୍ନାଥ କହିଛନ୍ତି ତାଙ୍କରି ରୂପ ନେବା ପାଇଁ ।
Follow Us