ମହାପ୍ରଭୁଙ୍କ ନୀତିକାନ୍ତିରେ କାଣ୍ଟଛାଣ୍ଟ, ମନ୍ଦିର ବେଢ଼ାକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ କଟକଣା !

Advertisment

ମହାପ୍ରଭୁ ଶ୍ରୀ ଜଗନ୍ନାଥ । କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ । ପୁରୀରେ ଶ୍ରୀଜିଉଙ୍କ ପାଖରେ ଛପନ ପଉଟି ଭୋଗ ଲାଗେ। ହେଲେ କେନ୍ଦ୍ରାପଡା ରାଜନଗର ବ୍ଲକର କେରେଡାଗଡ଼ ଜଗନ୍ନାଥ ମନ୍ଦିରରେ ନୀତିକାନ୍ତିରେ କାଣ୍ଟଛାଣ୍ଟ ।  

ମହାପ୍ରଭୁ ଶ୍ରୀ ଜଗନ୍ନାଥ । କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ । ପୁରୀରେ ଶ୍ରୀଜିଉଙ୍କ ପାଖରେ ଛପନ ପଉଟି ଭୋଗ ଲାଗେ। ହେଲେ କେନ୍ଦ୍ରାପଡା ରାଜନଗର ବ୍ଲକର କେରେଡାଗଡ଼ ଜଗନ୍ନାଥ ମନ୍ଦିରରେ ନୀତିକାନ୍ତିରେ କାଣ୍ଟଛାଣ୍ଟ ।  

Lord Jagannath

କନକ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲ ରାଜନଗର ବ୍ଲକର କେରେଡାଗଡ ଶ୍ରୀଜଗନ୍ନାଥ ମନ୍ଦିରର ମହାପ୍ରଭୁ ଜଗନ୍ନାଥ ଭକ୍ତଙ୍କ ପାଇଁ ଅଛୁଆଁ । ଏଠି ଦିନରାତି ୨୪ ଘଣ୍ଟା ମନ୍ଦିର ଗେଟ୍‌ରେ ଛୁଲୁଛି ତାଲା। ବେଢା ମଧ୍ୟକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି । ପ୍ରଶାସନ କିମ୍ବା ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟି କୌଣସି ପଦକ୍ଷେପ ନେଉନଥିବା ବେଳେ ଅର୍ଥାଭାବରୁ ମହାପ୍ରଭୁଙ୍କ ନୀତିକାନ୍ତିରେ କାଣ୍ଟଛାଣ୍ଟ କରାଯାଇଛି । ଅନେକ ସମୟରେ ମହାପ୍ରଭୁ ଉପାସରେ ରହୁଥିବା ଗୁରୁତର ଅଭିଯୋଗ ଆସିଛି । 

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କେରେଡାଗଡ଼ ଶ୍ରୀଜଗନ୍ନାଥ ମନ୍ଦିର । ଠାକୁରଙ୍କର ବାଟିଏ ସମ୍ପତ୍ତି ଥାଇ ମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତୀ ସଠିକ ଭାବେ କରାଯାଉନାହିଁ। ଅର୍ଥ ଅଭାବରୁ ନୀତିକାନ୍ତିରେ କାଣ୍ଟଛାଣ୍ଟ ଅଭିଯୋଗ ହୋଇଛି। ପ୍ରତିଦିନ ମଙ୍ଗଳ ଆରତି ପରେ କ୍ଷୀରରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଏ। ବର୍ଷେ ହେଲା କେବଳ ଜଳରେ ସ୍ନାନ କରୁଛନ୍ତି ଶ୍ରୀଜିଉ। ପୂର୍ବରୁ ଦେଶୀ ଗୁଆ ଘିଅରେ ନୀତି ଓ ଆଳତି ହେଉଥିଲା। ଏବେ ବଜାରରେ ମିଳୁଥିବା ଯେକୌଣସି କମ୍ପାନିର ଘିଅରେ କାମ ଚଳାଇ ଦିଆଯାଉଛି। ପ୍ରତିଦିନ ଗୋଟିଏ ଗଉଣୀ ଖଇରେ ମୁଆଁ ପ୍ରସ୍ତୁତ ହୋଇ ଭୋଗ ଲାଗୁଥିଲା, ଏବେ ତାହା ସମ୍ପୂର୍ଣ୍ଣ ବନ୍ଦ। ମହାପ୍ରଭୁଙ୍କ ମୁଖ୍ୟ ଭୋଗ ଭାବେ ପୁର କାକରା ଲାଗି କରାଯାଏ। ଏବେ କାକରାରୁ ପୁର ଗାଏବ ହୋଇଯାଇଛି। ୮ ଗଉଣୀ ଚାଉଳରେ ନୀତି ହେଉଥିଲା, ଏବେ ୪ ଗଉଣୀରେ ସୀମିତ। ଖିରି ଓ ପୋଡ଼ପିଠା ଭୋଗରେ ଆଉ ଗୁଡ଼ ପଡୁନି। 

ଏହା ବି ପଢ଼ନ୍ତୁ: ସୁନ୍ଦରଗଡ ଡିଏମଏଫ୍ ପାଣ୍ଠିର ଦୁରୁପଯୋଗ; ଖଣି ପାଣ୍ଠିକୁ ମିଳିମିଶି ଖାଇଗଲେ
କେରେଡାଗଡ଼ ମହାପ୍ରଭୁଙ୍କର ଶହଶହ ଏକର ସମ୍ପତି ସହିତ ବଗିଚା ଓ ପୋଖରୀ ରହିଛି। ବିଭିନ୍ନ ସ୍ଥାନରେ ଜାଗା ଭଡ଼ାରେ ଲାଗିଛି। ଅନେକ ଲୋକ ଠାକୁରଙ୍କ ସମ୍ପତିରେ ଚାଷ କରି ନିଜେ ଭୋଗ କରୁଛନ୍ତି। ଜମି ମାଫିଆ ଠାକୁର ଜମିକୁ ବି ଛାଡ଼ି ନାହାନ୍ତି। ଅଧିକାଂଶ ଜମିକୁ ଜବରଦଖଲ କରି ରଖିଛନ୍ତି। ଫଳରେ ସମ୍ପତି ଥାଇ ମଧ୍ୟ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଅର୍ଥାଭାବ! ଦେଖାଯାଉଛି। ଫଳରେ କାଣ୍ଟଛାଣ୍ଟ କରି ଠାକୁରଙ୍କ ନୀତିକାନ୍ତି କରାଯାଉଥିବା ବେଳେ ଏଦିଗରେ ପ୍ରାଶାସନିକ ହସ୍ତକ୍ଷପ ଲୋଡ଼ିଛନ୍ତି ସ୍ଥାନୀୟ ବାସିନ୍ଦା। ଅନ୍ୟପଟେ ଖୁବଶୀଘ୍ର ଟ୍ରଷ୍ଟ ସହ ଯୋଗାଯୋଗ କରି ତଦନ୍ତ କରାଯିବ ବୋଲି କହିଛନ୍ତି ରାଜନଗର ତହସିଲଦାର। 

କାଣ୍ଟଛାଣ୍ଟ କରି ଠାକୁରଙ୍କ ଅନେକ ନୀତିକାନ୍ତି ଚାଲିଥିବା ବେଳେ ଅନେକ ସମୟରେ ପ୍ରଭୁ ଉପବାସ ରହୁଥିବା ଅଭିଯୋଗ କରିଛନ୍ତି ଭକ୍ତ। ଠାକୁରଙ୍କ କଥାରେ ଅବହେଳା ନକରି ତୁରନ୍ତ ସମାଧାନ କରିବାକୁ ଦାବି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe