ହେ ମହାପ୍ରଭୁ ! ଏ ଜୀବନ ନନ୍ଦିଘୋଷେ ବିଜେ ହୁଅ ବାରେ !

Advertisment

ମହାପ୍ରଭୁଙ୍କ କଥା ଭାବି ଭାବି କବି କେତେ କଥା ଲେଖେ  । ପ୍ରଭୁ ଶବ୍ଦ ଦିଅନ୍ତି, କବିର ଲେଖନୀରୁ କାଗଜ ବୁକୁରେ ଝରିପଡ଼େ ଅନର୍ଗଳ କବିତା ।

ମହାପ୍ରଭୁଙ୍କ କଥା ଭାବି ଭାବି କବି କେତେ କଥା ଲେଖେ  । ପ୍ରଭୁ ଶବ୍ଦ ଦିଅନ୍ତି, କବିର ଲେଖନୀରୁ କାଗଜ ବୁକୁରେ ଝରିପଡ଼େ ଅନର୍ଗଳ କବିତା ।

37

କନକ ବ୍ୟୁରୋ: ନିଜର ଚିର ଇପ୍ସିତ ଠାକୁରଙ୍କୁ ଦେଖିଦେଲେ ବିଗଳିତ ହୁଏ ଭକ୍ତର ମନ, ବିଚଳିତ ହୁଏ କବିର କବିତ୍ବ । ସେ ବିଚଳନ କିନ୍ତୁ ବିଚ୍ୟୁତି ନୁହେଁ ବରଂ ବିରାଟ ସତ ସହ ଏକାତ୍ମ ହେବାର ପ୍ରଚେଷ୍ଟା । ମହାପ୍ରଭୁଙ୍କ କଥା ଭାବି ଭାବି କବି କେତେ କଥା ଲେଖେ  । ପ୍ରଭୁ ଶବ୍ଦ ଦିଅନ୍ତି, କବିର ଲେଖନୀରୁ କାଗଜ ବୁକୁରେ ଝରିପଡ଼େ ଅନର୍ଗଳ କବିତା ।ଏମିତି ଜଣେ କବି ଲେଖିଛନ୍ତି ପ୍ରଭୁ କାଳିଆ ସାଆନ୍ତଙ୍କ ପାଇଁ ନିଜ ମନର ଭାବନା :

ଶ୍ରୀମନ୍ଦିର ହେଉ ଶରୀର ମୋହର
ବାଇଶି ପାହାଚ ମନ,
ଭଲ ଗୁଣ ଯେତେ. ବେଢ଼ା ଦେବାଦେବୀ ହୃଦ ରତ୍ନ ସିଂହାସନ ।।
ଅରୁଣ ସ୍ତମ୍ଭ ମୋ ସ୍ଥିର ଚିତ୍ତ ପୁଣି ଅନ୍ତରେ ଚନ୍ଦନ ବାସ,
ଭକତି ମୋହର ତୁଳସୀର ମାଳ ମୋ ବିଶ୍ବାସ ତୋ ଆଶିଷ ।।
ଚେତନା ମୋହର ବଡ଼ଦାଣ୍ଡ ପରା ଜୀବନ ତ ନନ୍ଦିଘୋଷ, 
ମୋ ଗତି ମୁକତି ସବୁ ତୋର ଇଚ୍ଛା, 
ନାହିଁ କିଛି ଅବଶୋଷ ।। 
 ଏ ଜୀବନ ନନ୍ଦିଘୋଷେ ବିରାଜ ହେ ପ୍ରଭୁ, ସଅଳ ସଅଳ ଆସ ମହାପ୍ରଭୁ
 ସଅଳ ସଅଳ ଆସ  ।।
 ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe