କନକ ବ୍ୟୁରୋ : ପ୍ରାୟ ୨ଶହ କୋଟିର ସମଲେଇ ପ୍ରକଳ୍ପ ପୂର୍ବରୁ ଫାଣ୍ଡି ପରିଚାଳନା ହେଉଥିଲା। ପ୍ରକଳ୍ପ ସମୟରେ ଫାଣ୍ଡି ଘର ଭାଙ୍ଗି ନୂଆ ଘର ତିଆରି ହୋଇଛି। ହେଲେ ନୂଆ ଫାଣ୍ଡି ଘର ଏଯାଏଁ ପୁଲିସକୁ ହସ୍ତାନ୍ତର ହୋଇନି। ପ୍ରକଳ୍ପ ଉଦଘାଟନର ୮ ମାସ ପରେ ବି ନୂଆ ଫାଣ୍ଡି ପରିଚାଳନା ହୋଇପାରିନାହିଁ। 

Advertisment

ସେପଟେ ପ୍ରତିଦିନ ଶହଶହ ଶ୍ରଦ୍ଧାଳୁ ଆସୁଛନ୍ତି। ଆଗକୁ ନୂଆଁଖାଇ ଓ ଦଶହରା ରହିଛି। ଭକ୍ତଙ୍କ ସଂଖ୍ୟା ଆହୁରି ବଢ଼ିବ। ମନ୍ଦିରରେ କୌଣସି ଅସୁବିଧା ହେଲେ ଭକ୍ତ କାହାକୁ ଅଭିଯୋଗ କରିବେ? ବୋଲି ପ୍ରଶ୍ନ କରିଛନ୍ତି।  ପୂର୍ବରୁ ୪ ଏକର ଥିବା ଅଂଚଳ ଏବେ ୩୮ ଏକରକୁ ବୃଦ୍ଧି ପାଇଛି। ସେହି ଅନୁସାରେ ପୁଲିସ କର୍ମଚାରୀ ବଢାଇବା ବଦଳରେ ଫାଣ୍ଡି ଅଚଳ ହୋଇଯାଇଛି ।

ସେପଟେ କାର୍ୟ୍ୟ କରୁଥିବା ପୁଲିସ କର୍ମଚାରୀ ଗଛମୂଳେ ରହି କାର୍ୟ୍ୟ କରୁଛନ୍ତି। ଖରା ବର୍ଷା ଶୀତ ସବୁଥିରେ ଗଛ ହିଁ ଭରସା। ନୂଆ ଫାଣ୍ଡି ଘର ୨ରୁ ୩ଜଣ ବସିବା ପାଇଁ ଉଦ୍ଦିଷ୍ଟ। ସେଥିରେ ଶୌଚାଳୟ ବ୍ୟବସ୍ଥା ନାହିଁ। ଫଳରେ ଏହାକୁ ହସ୍ତାନ୍ତର କଲେ ବି ଅନେକ ସମସ୍ୟା ରହିବ।