ଶ୍ରୀମନ୍ଦିର ନୀଳଚକ୍ର ପାଖକୁ ଚଢିଗଲେ ବ୍ୟକ୍ତି ; ଉଦ୍ଧାର କଲେ ସେବାୟତ

ଶ୍ରୀମନ୍ଦିର ନୀଳଚକ୍ର ପାଖକୁ ଚଢିଗଲେ ବ୍ୟକ୍ତି ; ଅଗ୍ନିଶମ ବାହନୀ, ପୁଲିସ ଉପସ୍ଥିତିରେ ଉଦ୍ଧାର କଲେ ସେବାୟତ । ସୁରକ୍ଷା ବଳୟ ଭେଦ କରି କେମିତି ଚଢିଲେ ଭକ୍ତ ଉଠିଲା ପ୍ରଶ୍ନ ।

111111

କନକ ବ୍ୟୁରୋ:  ଶ୍ରୀମନ୍ଦିର ନୀଳଚକ୍ର ପାଖକୁ ହଠାତ୍ ଚଢିଗଲେ ଭକ୍ତ । ବୁଧବାର ସନ୍ଧ୍ୟାରେ ହଠାତ୍ ଛତ୍ରପୁରର ଅଞ୍ଚଳର ଜଣେ ଭକ୍ତ ମାନସିକ ରଖଥିବା କହି ନୀଳଚକ୍ର ଉପରକୁ ଚଢିଯାଇଥିଲେ । ଅଗ୍ନିଶମ ବାହିନୀ ଓ ପୁଲିସଙ୍କ ଉପସ୍ଥିତିରେ ଚୁନାରା ସେବାୟତ ଭକ୍ତଙ୍କୁ ଉଦ୍ଧାର କରିଥିଲେ । ବ୍ୟକ୍ତିଜଣକ ନିଜକୁ ବଳରାମ ମହାରଣା ବୋଲି ପରିଚୟ ଦେଇଥିବା ଏସପି ପିନାକ ମିଶ୍ର କହିଛନ୍ତି ।

ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ପ୍ରଶାସନକୁ କସରତ କରିବାକୁ ପଡିଥିଲା । ତେବେ ସୁରକ୍ଷା ବଳୟ ଭେଦ କରି ସମ୍ପୃକ୍ତ ଭକ୍ତ କିଭଳି ଓ କେଉଁ କାରଣରୁ ନୀଳଚକ୍ର ଉପରକୁ ଉଠିଲେ ସେ ନେଇ ପ୍ରଶ୍ନ ଉଠିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe