କନକ ବ୍ୟୁରୋ : ନବରାତ୍ରି ଅବସରରେ ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶକ୍ତିପୀଠ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଠାରୁ ଆରମ୍ଭ କରି ସମ୍ବଲପୁରର ମା’ ସମଲେଶ୍ବରୀ, କଟକର ମା’କଟକଚଣ୍ଡୀ, ଝଙ୍କଡ଼ ଶାରଲା, କାକଟପୁର ମଙ୍ଗଳା, ଘଟଗାଁର ମା’ ତାରିଣୀଙ୍କ ପୀଠରେ ଚାଲିଛି ପୂଜାର୍ଚ୍ଚନା । ପୀଠମାନଙ୍କରେ ଆଜି ମା’ଙ୍କ ମହାଷ୍ଟମୀ ନୀତି ଅନୁଷ୍ଠିତ ହେବାକୁ ଥିବା ବେଳେ ମଣ୍ଡପରେ ମହାସପ୍ତମୀରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେଉଛନ୍ତି ଦେବୀ ଦୁର୍ଗା । ପଣ୍ଡିତଙ୍କ ବେଦଧ୍ବନୀ ସାଙ୍ଗକୁ ହୋମଯଜ୍ଞ, ସପ୍ତସତୀ ଚଣ୍ଡୀପାଟରେ ପ୍ରକମ୍ପିତ ହେଉଛି ପୀଠରୁ ନେଇ ମଣ୍ଡପ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ଭିଡ଼ ଜମିଛି । ସକାଳୁ ସକାଳୁ ଉପବାସ ରଖିଥିବା ମହିଳାମାନେ ଲମ୍ବା ଲାଇନରେ ମା’ଙ୍କ ପାଦସ୍ପର୍ଶ ଓ ମୁଖ ଦର୍ଶନ ପାଇଁ ଭିଡ଼ ଲଗାଇଥିବା ବେଳେ ସଂଧ୍ୟାରେ ମା’ଙ୍କ ନବଦିନାତ୍ମକ ରଥଯାତ୍ରାର ଅଷ୍ଟମ ଦିନରେ ରଥ ଚାଳନା କରାଯିବ । ବିରଜାଷ୍ଟମୀ ପାଇଁ ମା’ଙ୍କ ମନ୍ଦିର ସୁନ୍ଦର ଭାବେ ଫୁଲ,ରଙ୍ଗୀନ ଆଲୋକରେ ସାଜସଜ୍ଜା କରାଯାଇଥିବାବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ମଣ୍ଡପରେ ଦର୍ଶନ ଦେଉଛନ୍ତି ମା’ : ଚଣ୍ଡୀପାଠରେ ଚାଲିଛି ଦେବୀଙ୍କ ମହାସପ୍ତମୀ ପୂଜା, ଶକ୍ତିପୀଠରେ ଆଜି ମହାଷ୍ଟମୀ
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଠାରୁ ଆରମ୍ଭ କରି ସମ୍ବଲପୁରର ମା’ ସମଲେଶ୍ବରୀ, କଟକର ମା’କଟକଚଣ୍ଡୀ, ଝଙ୍କଡ଼ ଶାରଲା, କାକଟପୁର ମଙ୍ଗଳା, ଘଟଗାଁର ମା’ ତାରିଣୀଙ୍କ ପୀଠରେ ଚାଲିଛି ପୂଜାର୍ଚ୍ଚନା ।
/kanak/media/media_files/2025/09/29/maa-2025-09-29-08-08-22.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)