ନବୀନଙ୍କୁ ରାଜା ସ୍ୱାଇଁଙ୍କ ଚିଠି ଉପରେ ଦେବୀ ମିଶ୍ରଙ୍କ ଜବାବ୍‌ ; କହିଲେ,ରାଜା ଜାଣିଥିବେ ହାଇଜ୍ୟାକ୍‌ କଥା

Advertisment

ନବୀନଙ୍କୁ ଚିଠି ଲେଖିଥିଲେ ବିଧାୟକ ରାଜା ସ୍ୱାଇଁ । ସେଥିରେ ସେ ଉଲ୍ଲେଖ କରିଛନ୍ତି କି କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜ୍ୟାକ୍‌ କରିବାକୁ ଦିଆ ନଯାଉ । ରାଜା ସ୍ୱାଇଁଙ୍କ ସେହି ଚିଠିର ଉତ୍ତର ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ।

ନବୀନଙ୍କୁ ଚିଠି ଲେଖିଥିଲେ ବିଧାୟକ ରାଜା ସ୍ୱାଇଁ । ସେଥିରେ ସେ ଉଲ୍ଲେଖ କରିଛନ୍ତି କି କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜ୍ୟାକ୍‌ କରିବାକୁ ଦିଆ ନଯାଉ । ରାଜା ସ୍ୱାଇଁଙ୍କ ସେହି ଚିଠିର ଉତ୍ତର ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ।

Bjd politics

Photograph: (kanaknews)

କନକ ବ୍ୟୁରୋ : ନବୀନଙ୍କୁ ଚିଠି ଲେଖିଥିଲେ ବିଧାୟକ ରାଜା ସ୍ୱାଇଁ । ସେଥିରେ ସେ ଉଲ୍ଲେଖ କରିଛନ୍ତି କି କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜ୍ୟାକ୍‌ କରିବାକୁ ଦିଆ ନଯାଉ । ରାଜା ସ୍ୱାଇଁଙ୍କ ସେହି ଚିଠିର ଉତ୍ତର ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର । କହିଛନ୍ତି, ହାଇଜ୍ୟାକ୍‌ କଥା ରାଜା ଜାଣିଥିବେ । ଆଗରୁ କିଏ ହାଇଜ୍ୟାକ୍‌ କରି ଦେଇଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ନଈ ନଦେଖୁଣୁ ଲଙ୍ଗଳା କାହିଁକି ହେବା । ରାଜା ସ୍ୱାଇଁ ଜଣେ ବରିଷ୍ଠ ନେତା ତାଙ୍କର ବହୁ ଅଭିଜ୍ଞତା ରହିଛି । ହାଇଜ୍ୟାକ୍‌ କଥା ଯଦି ସେ ଜାଣି ଥିବେ କି ସୂଚନା ପାଇଥିବେ ସେ ସେଇଟା କହି ପାରିବେ । ଆମେ ସଙ୍ଗଠନରେ ସମସ୍ତଙ୍କୁ ନେଇ ଚାଲୁଛୁ । ସଂଗଠନରେ ସମସ୍ତଙ୍କୁ ଗୁରୁତ୍ୱ ଦିଆ ହୋଇ ଆସିଛି । ଆଞ୍ଚଳିକ ଦଳ ଭାବେ ଆମେ ସବୁ ସମ୍ପ୍ରଦାୟର ପ୍ରତିନିଧିମାନେ ସଂଗଠନ ରହିଛୁ । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆମେ କାମ କରୁଛୁ । ସବୁ ବର୍ଗର ସବୁ ବ୍ୟକ୍ତିଙ୍କୁ ନେଇ କାମ ହେଉଛି । 

ସେପଟେ ରାଜାଙ୍କ ଚିଠି ଉପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଜେଡି ବିଧାୟକ ପଦ୍ମନାଭ ବେହେରା । କହିଛନ୍ତି,ଯାହା ବି ହେବା କଥା ଦଳୀୟ ଫୋରମରେ ହେବା କଥା । ଯିଏ ଯାହା ବି ଆଲୋଚନା କରୁଛନ୍ତି ସଭାପତିଙ୍କ ସାଙ୍ଗରେ ଆଲୋଚନା କରି ସଂଗଠନକୁ ଆଗେଇ ନେବା ଉଚିତ୍‌ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି ।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe