ମୋଦୀଙ୍କ ପ୍ରତିଶ୍ରୁତି : ଦେବୀଙ୍କ ବୟାନ, ଯାହା କୁହାଯାଉଛି କିଛି ହେଉନି

Advertisment

ପ୍ରଧାନମନ୍ତ୍ରୀ ଆସିଲେ ଅନେକ ପ୍ରତିଶ୍ରୁତି ଦେଲେ । ଏହା ସ୍ଵାଗତ ଯୋଗ୍ୟ କଥା । କିନ୍ତୁ ଯାହା କୁହାଯାଉଛି ତାହା ହେଉନି ।

ପ୍ରଧାନମନ୍ତ୍ରୀ ଆସିଲେ ଅନେକ ପ୍ରତିଶ୍ରୁତି ଦେଲେ । ଏହା ସ୍ଵାଗତ ଯୋଗ୍ୟ କଥା । କିନ୍ତୁ ଯାହା କୁହାଯାଉଛି ତାହା ହେଉନି ।

Devi mishra

Devi mishra Photograph: (KanakNews )

କନକ ବ୍ୟୁରୋ : ଓଡିଶା ଉତ୍କର୍ଷ ସମ୍ମିଳନୀରେ ଅନେକ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଓଡିଶା କିପରି ଶୀର୍ଷରେ ପହଞ୍ଚିବ ସେନେଇ ଅନେକ ସ୍ୱପ୍ନ ଦେଖାଇଛନ୍ତି । ନିବେଶକଙ୍କୁ ନିବେଶ କରିବାର ଏହା ଠିମ୍ ସମୟ ବୋଲି କହିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିଶ୍ରୁତିକୁ କଟାକ୍ଷ କରିଛନ୍ତି ବିଜେଡି ନେତା ଦେବୀ ମିଶ୍ର ।

ପ୍ରଧାନମନ୍ତ୍ରୀ ଆସିଲେ ଅନେକ ପ୍ରତିଶ୍ରୁତି ଦେଲେ । ଏହା ସ୍ଵାଗତ ଯୋଗ୍ୟ କଥା । କିନ୍ତୁ ଯାହା କୁହାଯାଉଛି ତାହା ହେଉନି ।  ୨୦୧୬ରେ ନବୀନ ସରକାର ସମୟରେ ପ୍ରଥମେ ମେକ ଇନ୍ ଓଡିଶା ଆରମ୍ଭ ହୋଇଥିଲା । ଏବେ ଏ ସରକାର ନାଁ ବଦଳାଇ ଦେଇଛନ୍ତି । ୧୯ ଟି ସେକ୍ଟରର ପଲିସି କରିଥିଲେ ନବୀନ ପଟ୍ଟନାୟକଙ୍କ ସରକାର । ଅତୀତର ସଫଳତାକୁ ପାଥେୟ କରି ନୂଆ ନୀତି ଅଣାଯାଉ । ଯାହାଦ୍ୱାରା ଶିଳ୍ପ ସଂସ୍ଥା ଗୁଡିକ ଭରସା ରଖିପାରିବେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ । ସରକାରକୁ ୭ମାସ ହେଲାଣି, କିନ୍ତୁ ଫଳ ଶୂନ୍ୟ । ପୂର୍ବରୁ ନବୀନ ବାବୁ କହିଥିଲେ, ଏ ସରକାରକୁ କିଛି ସମୟ ଦେବା ଦରକାର, କିନ୍ତୁ ୭ ମାସ କିଛି କମ୍ ସମୟ ନୁହେଁ ବୋଲି କହି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ନେତା ଦେବୀ ମିଶ୍ର  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe