୩ୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ୍ । ଆପଣ ଜାଣିଛନ୍ତି କି, କିଏ ଏ ନେତା?

Advertisment

ହଟିଲା ସସ୍‌ପେନ୍ସ, ଦେବେନ୍ଦ୍ର ଫଡନାଭିସଙ୍କ ନାଁରେ ବାଜିଲା ମୋହର। ଦେବେନ୍ଦ୍ର ଫଡନାଭିସ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ। ବିଜେପି ଜାତୀୟ ପର୍ଯ୍ୟବେକ୍ଷକ ବିଜୟ ରୁପାନୀ ଓ ନିର୍ମଳା ସୀତାରମଣଙ୍କ ସହ ବିଜେପି ଓ ମହାୟୁତି ବୈଠକ ପରେ ଘୋଷଣା। ଏନେଇ ବିଧିବଦ୍ଧ ଘୋଷଣା ହୋଇଛି।

ହଟିଲା ସସ୍‌ପେନ୍ସ, ଦେବେନ୍ଦ୍ର ଫଡନାଭିସଙ୍କ ନାଁରେ ବାଜିଲା ମୋହର। ଦେବେନ୍ଦ୍ର ଫଡନାଭିସ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ। ବିଜେପି ଜାତୀୟ ପର୍ଯ୍ୟବେକ୍ଷକ ବିଜୟ ରୁପାନୀ ଓ ନିର୍ମଳା ସୀତାରମଣଙ୍କ ସହ ବିଜେପି ଓ ମହାୟୁତି ବୈଠକ ପରେ ଘୋଷଣା। ଏନେଇ ବିଧିବଦ୍ଧ ଘୋଷଣା ହୋଇଛି।

who is fadnavius

କନକ ବ୍ୟୁରୋ: ହଟିଲା ସସ୍‌ପେନ୍ସ, ଦେବେନ୍ଦ୍ର ଫଡନାଭିସଙ୍କ ନାଁରେ ବାଜିଲା ମୋହର। ଦେବେନ୍ଦ୍ର ଫଡନାଭିସ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ। ବିଜେପି ଜାତୀୟ ପର୍ୟ୍ୟବେକ୍ଷକ ବିଜୟ ରୁପାନୀ ଓ ନିର୍ମଳା ସୀତାରମଣଙ୍କ ସହ ବିଜେପି ଓ ମହାୟୁତି ବୈଠକ ପରେ ଘୋଷଣା। ଏନେଇ ବିଧିବଦ୍ଧ ଘୋଷଣା ହୋଇଛି। ନିର୍ବାଚନର ୧୧ ଦିନ ପରେ ବି ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଲାଗି ରହିଥିଲା ସସ୍‌ପେନ୍ସ। କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଲାଗି ରହିଥିଲା ଦ୍ବନ୍ଦ୍ୱ। ଏବେ ଶେଷରେ ଦେବେନ୍ଦ୍ର ଫଡନାଭିସ୍‌ ମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି। ଆସନ୍ତାକାଲି ସନ୍ଧ୍ୟା ୫ଟାରେ ଶପଥ ସମାରୋହ କାର୍ୟ୍ୟକ୍ରମ। ସେପଟେ ବିଜେପି ଶିବିରରେ ବସିଛି ବିଧାୟକ ଦଳ ବୈଠକ। 

ସଂକ୍ଷେପରେ ଫଡନାଭିସ୍  

  • ୧୯୭୦ ଜୁଲାଇ ୨୨ରେ ଦେବେନ୍ଦ୍ର ଫଡନାଭିସଙ୍କ ଜନ୍ମ
  • ୨୨ ବର୍ଷ ବୟସରେ ଆରମ୍ଭ କରିଥିଲେ ରାଜନୈତିକ କ୍ୟାରିୟର
  • ୧୯୯୨ରେ ନାଗପୁର ନଗର ନିମଗର ପାର୍ଷଦ ନିର୍ବାଚିତ
  • ୧୯୯୭ରେ ହୋଇଥିଲେ ନାଗପୁରର ସବୁଠୁ ଯୁବ ମେୟର
  • ୧୯୯୯ରେ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ
  • ନାଗପୁର ପଶ୍ଚିମରୁ ବିଧାୟକ ହୋଇଥିଲେ ଫଡନାଭିସ୍‌
  • ୨୦୦୯ରୁ ୨୦୧୪ ଯାଏ ମହାରାଷ୍ଟ୍ରରେ ବିରୋଧୀ ଦଳ ନେତା
  • ୨୦୧୩ରେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତ
  • ୨୦୧୪ରେ ପ୍ରଥମ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥିଲେ
  • ମୁମ୍ବାଇ ମେଟ୍ରୋ, ଉପକୂଳ ସଡ଼କ ଦିଗରେ କାର୍ୟ୍ୟ କରିଥିଲେ
  • ଜଳ ସେଚନ ଯୋଜନା ଓ ମରୁଡ଼ି ମୁକାବିଲା ପାଇଁ କାମ କରିଛନ୍ତି
  • ୨୦୨୨ରେ ଏକନାଥ ସିନ୍ଦେଙ୍କ ସହ ମିଶି ସରକାର ଗଠନ
  • ୨୦୨୨ରେ ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଥିଲେ ଫଡନାଭିସ୍‌
  • ମୋଟ୍‌ ସମ୍ପତ୍ତିର ମୂଲ୍ୟ ୧୩ କୋଟି ୨୭ ଲକ୍ଷ୍ୟ ଟଙ୍କା
  • ୨୦୨୪ ସତ୍ୟପାଠରେ ନିଜ ସମ୍ପତ୍ତି ଦର୍ଶାଇଥିଲେ ଫଡନାଭିସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe