କନକ ବ୍ୟୁରୋ: ମାତ୍ର ୯୦ ମିନିଟ୍‌ କଥାବାର୍ତ୍ତାରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ ଫଡନାଭିସ୍‌ । ସାଙ୍ଗ ଘରେ ଅମୃତାଙ୍କ ସହ ମିସିଥିଲା ଆଖିରେ ଆଖି । ପ୍ରଥମ ଦେଖାରେ ହିଁ ଗପ ସରୁନଥାଏ?  ଗପରେ ଗପରେ  ୯୦ ମିନିଟ୍‌ ସମୟ ଯେ କେତେବେଳେ ଚାଲିଗଲା ତାହା ଜାଣିପାରିନଥିଲେ ଫଡନାଭିସ୍‌  ଏବଂ ଅମୃତା ।  ପ୍ରଥମ ଦେଖାରେ ଅମୃତାଙ୍କ ଉପରୁ ହଟୁନଥିଲା ଦେବେନ୍ଦ୍ରଙ୍କ ନଜର। ସେହି ମୁହୂର୍ତ୍ତରେ ଅମୃତାଙ୍କୁ  ଫଡାନାଭିସ୍‌ କହିଥିଲେ ‘ତୁମେ ପୁରା ହିରୋଇନ୍‌ଙ୍କ ଭଳି ଦେଖାଯାଉଛି.. ଆଉ ତୁମ ହସ  କାଜୋଲଙ୍କ ପରି’। ଫାର୍ଷ୍ଟ ମିଟ୍‌ ରେ ହିଁ  ଅମୃତାଙ୍କ ପ୍ରେମରେ ପଡିଯାଥିଲେ ଦେବେନ୍ଦ୍ର ଫଡନାଭିସ୍‌। ମୁଖ୍ୟମନ୍ତ୍ରୀ  ଦେବେନ୍ଦ୍ର ଫଡନଭିସ୍‌ ଙ୍କ ପ୍ରେମ କାହାଣୀ କୌଣସି  ଫିଲ୍ଲଠୁ ବି କମ୍‌ ନୁହେଁ। 

Advertisment

ରାଜନୀତିରେ ଯଦି ସୁନ୍ଦର ଯୋଡି  କଥା କହିବା ତେବେ ପ୍ରଥମେ ଆସିବେ  ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ନାଁ । ଫଡାନାଭିସ୍‌ ଙ୍କ   ସୁନ୍ଦରୀ  ସ୍ତ୍ରୀ  ଅମୃତା  ସବୁବେଳେ ଚର୍ଚ୍ଚାରେ ଥାନ୍ତି । ଅମୃତା ଜଣେ ସିଙ୍ଗର ଏବଂ ମଡେଲର ସହ ଜଣେ ଭଲ ବକ୍ତା ମଧ୍ୟ।  ସୋସିଆଲ ମିଡିଆରେ ବି ବହୁ ସକ୍ରିୟ ଥାନ୍ତି  ଅମୃତା।  ଦେବେନ୍ଦ୍ର  ଏବଂ ଅମୃତାଙ୍କର ଗୋଟିଏ  ଝିଅ ଅଛି। ବର୍ଷ ୨୦୦୫ ରେ ଦେବେନ୍ଦ୍ର ଫଡନାଭିସ୍‌  ଅମୃତାଙ୍କ ହାତ ଧରଥିଲେ।  ମହାରାଷ୍ଟ୍ରର ପ୍ରସିଦ୍ଧ ନେତ୍ର ରୋଗ ବିଷେଶଜ୍ଞ  ଶରଦ ରାନାଡେଙ୍କ ଝିଅ ହେଉଛନ୍ତି ଅମୃତା ।  ତାଙ୍କ ମା ଚାରୁକଳା ମଧ୍ୟ ଜଣେ ଡାକ୍ତର। ଦେବେନ୍ଦ୍ର ଙ୍କ ଘରେ ଅମୃତାଙ୍କ  ବିବାହ ପ୍ରସ୍ତାବ ପଡିଥିଲା। ପରିବାରର ଅଜାଣତରେ ଉଭୟ ଏକ ସାଙ୍ଗ ଘରେ ପରସ୍ପରକୁ ସାକ୍ଷାତ କରିଥିଲେ। ଦୁଇ ଜଣ ଯେତେବେଳେ ପ୍ରଥମ ଥର ସାକ୍ଷାତ କରିଥିଲେ ଉଭୟଙ୍କ ମଧ୍ୟରେ କଥା ସରୁନଥାଏ। ଲଗାତାର  ଉଭୟେ ୯୦ ମିନିଟ୍‌ ପର୍ଯ୍ୟନ୍ତ  କଥା ଜାରି ରଖିଥିଲେ। ଉଭୟେ ହଜିଯାଇଥିଲେ ପରସ୍ପର ମଧ୍ୟରେ।   ସେତେବେଳେ ଦେବେନ୍ଦ୍ର ଫଡନାଭିସ୍‌ ବିଧାୟକ ଥିଲେ। ପଡନାଭିସ୍‌ ଅଭିନେତ୍ରୀ କାଜୋଲଙ୍କର ଜଣେ ବଡ ଫ୍ୟାନ ଥିଲେ.. କୁହାଯାଏ ଯେ ପଡନାଭିସଙ୍କୁ ଅମୃତାଙ୍କ ହସ କାଜୋଲଙ୍କ ପରି ଲାଗେ। 

ଏକ ଜାତୀୟ ଗଣମାଧ୍ୟମକୁ ଅମୃତା ଫଡନାଭିସ୍‌ ସାକ୍ଷତକାର ଦେଇ କହିଥିଲେ ଦେବେନ୍ଦ୍ରଙ୍କ ସହ ଦେଖା ହେବା ପୂର୍ବରୁ ଟେନସନ ଲାଗୁଥିଲା। କାରଣ ମୁଁ ରାଜନେତାଙ୍କୁ ପସନ୍ଦ କରୁନଥିଲି।  ମୋ ନଜରରେ ରାଜନେତା ଛବି  ଭଲ ନଥିଲା।  କିନ୍ତୁ  ଦେବେନ୍ଦ୍ରଙ୍କ ସହ  ଭେଟ ହେବା ପରେ ଏପରି ଧାରଣା ଭୁଲ ପ୍ରମାଣିତ ହୋଇଥିଲା। ଆଉ ମୋତେ ଲାଗିଥିଲା ରାଜନୀତିରେ ସଚ୍ଚୋଟ ଲୋକ ମଧ୍ୟ ଥାନ୍ତି। ଅମୃତା ଆହୁରି ମଧ୍ୟ କହିଛନ୍ତି ଦେବେନ୍ଦ୍ର ରୋମାଣ୍ଟିକ୍‌  ନୁହଁନ୍ତି । କାରଣ ତାଙ୍କର ବହୁତ  ବିଜି ସିଡ୍ୟୁଲ ଥାଏ ତେଣୁ ମଜା ମସ୍ତି ପାଇଁ ସମୟ ଦେଇପାରିନଥାନ୍ତି ବୋଲି  ଅମୃତା କହିଥିଲେ।  ସତରେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମର ସିନ୍‌ ଠାରୁ ଭି କମ ନୁହେଁ ।