କନକ ବ୍ୟୁରୋ : ଅଦ୍ଭୁତ, ଆଶ୍ଚର୍ଯ୍ୟ । କାରଣ ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ ୫ ଟି କିଡନୀ । ହଁ କଥାଟି ପୂରା ସତ । ଦେବେନ୍ଦ୍ର ବାରଲେବାରଙ୍କ ଶରୀରରେ ୫ଟି କିଡନୀ କିନ୍ତୁ କାମ କରୁଛି ଗୋଟିଏ । ଆଉ ୪ଟି ଅକାମୀ । ଏ କଥା ଟି ଶୁଣିଲା ମାତ୍ରକେ ନିଶ୍ଚୟ ଚକିତ ଲାଗୁଥିବ । ଭାବୁଥିବେ ୫ଟି କିଡନୀ କେମିତି ଜଣେ ବ୍ୟକ୍ତିଙ୍କ ଶରୀରରେ । ଆସନ୍ତୁ ଜାଣିବା ।
କେନ୍ଦ୍ରୀୟ ରକ୍ଷା ମନ୍ତ୍ରଣାଳୟରେ କାର୍ଯ୍ୟରତ ଦେବେନ୍ଦ୍ର ବାରଲେବାରଙ୍କ ତିନିଥର କିଡନୀ ପ୍ରତିରୋପଣ ସରିଲାଣି । ଏକ ଜାତୀୟ ଗଣମାଧ୍ୟମ ଖବର ଅନୁସାରେ ବାରଲେବାର ଦୀର୍ଘ ସମୟ ଧରି କ୍ରୋନିକ କିଡନୀ ରୋଗରେ ପୀଡ଼ିତ ଥିଲେ । ତାଙ୍କର ଡାଇଲିସିସି ମଧ୍ୟ ଚାଲିଥିଲା । ଏପରି ସମୟରେ ୨୦୧୦ରେ ପ୍ରଥମେ ଦେବେନ୍ଦ୍ରଙ୍କ କିଡନୀ ପ୍ରତିରୋପଣ କରିଥିଲେ ଡାକ୍ତର । ଦେବେନ୍ଦ୍ରଙ୍କ ମାଆ ତାଙ୍କୁ ପ୍ରଥମେ କିଡନୀ ଦାନ କରିଥିଲେ । ଏହି କିଡନୀ ପ୍ରତିରୋପଣ ସଫଳ ମଧ୍ୟ ହୋଇଥିଲା। ପାଖାପାଖି ଏକ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଡାଇଲିସିସିର ଆବଶ୍ୟକତା ପଡିନଥିଲା।
୨୦୧୨ରେ ଦ୍ବିତୀୟ କିଡନୀ ପ୍ରତିରୋପଣ
ବର୍ଷ ୨୦୧୨ରେ ଦେବେନ୍ଦ୍ରଙ୍କର ଦ୍ବିତୀୟ ଥର ପୁଣି କିଡନୀ ପ୍ରତିରୋପଣ କରାଗଲା । ଏଇଥର ତାଙ୍କର ଜଣେ ସମ୍ପର୍କୀୟ କିଡନୀ ଦାନ କରିଥିଲେ। । ଏହି କିଡନୀ ୨୦୨୨ ପର୍ଯ୍ୟନ୍ତ ଠିକ୍ ରେ ଚାଲିଥିଲା । କିନ୍ତୁ କରୋନା ହେବା ପରେ ଦେବେନ୍ଦ୍ରଙ୍କ ପୁଣି ଡାଇଲିସିସିର ସାହାର ନେବାକୁ ପଡିଲା । ପୁଣି ୨୦୨୩ରେ ଦେବେନ୍ଦ୍ରଙ୍କର କିଡନୀ ଦରକାର ପଡିଲା ।କାରଣ ପୂର୍ବରୁ ଲାଗିଥିବା କିଡନୀ ଖରାପ ହୋଇଗଲା । ଏହିସମୟରେ ଜଣେ ମୃତକ ଅଙ୍ଗ ଦାନ କରିଥିଲେ। ମୃତକଙ୍କର କିଡନୀ ଦେବନ୍ଦ୍ରେଙ୍କୁ ମିଳିଲା । କିଡନୀ ବ୍ରେନ୍ ଡେଡ୍ ଡୋନର ଦେଇଥିଲେ ।
ଏହି କିଡନୀ ପ୍ରତିରୋପଣର ୧୦ ଦିନ ପରେ ଦେବନ୍ଦ୍ରେଙ୍କୁ ହସ୍ପିଟାଲରୁ ଡିସଚାର୍ଯ ମିଳିଗଲା। ସାମନ୍ୟ ରୂପରେ କାମ କରିବାକୁ ଆରମ୍ଭ କରିଥିଲା କିଡନୀ। ଡାକ୍ତର କହିଛନ୍ତି ଏହି ପ୍ରତିରୋପଣ ଚ୍ୟାଲେଞ୍ଜିଂ ଥିଲା । ଡାକ୍ତରଙ୍କ କହିବାନୁଯାୟୀ ପୂର୍ବରୁ ୪ ଟି କିଡନୀ ଥାଇ ପୁଣି ଆଉ ଗୋଟିଏ ପ୍ରତିରୋପଣ କରିବା ବହୁତ କଷ୍ଟସାଧ୍ୟ ଥିଲା। ପୁରା ଯୋଜନାର ସହ ୫ମ ତମ କିଡନୀ ଲଗାଗଲା । ୫ ମ କିଡନୀ ଲଗାଯିବା ପରେ ପୁଣି ଥରେ ନୂଆ ଜୀବନ ପାଇଛନ୍ତି ଶାନ୍ତିର ନିଶ୍ବାସ ନେଉଛନ୍ତି ଦେବେନ୍ଦ୍ର। ଦେବେନ୍ଦ୍ର ଖୁବ୍ ଭାଗ୍ୟବାନ ଯେ ତାଙ୍କୁ ଥରେ ନୁହେଁ ୩ଥର କିଡନୀ ମିଳିଛି । କାରଣ ଅଧିକାଂଶ ଲୋକଙ୍କ ପାଇଁ କିଡନୀ ପାଇବା ମଧ୍ୟ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ଥାଏ। । ବର୍ତ୍ତମାନ ଦେବେନ୍ଦ୍ରେ ଓଜନ ୪୪ କିଲୋଗ୍ରାମ । ତାଙ୍କୁ ଏବେ ଡାଇଲିସିସି କରିବାକୁ ପଡୁନି। ତିନି ମାସ ବିଶ୍ରାମ ପରେ ଦେବେନ୍ଦ୍ର ପୁଣି ଥରେ କର୍ମକ୍ଷେତ୍ରକୁ ଫେରିପାରିବେ ବୋଲି ଡାକ୍ତର କହିଛନ୍ତି।
କେମିତି ପ୍ରତିରୋପଣ ହୁଏ କିଡନୀ ?
କିଡନୀ ପ୍ରତିରୋପଣ ହେଉଛି ଏକ ସର୍ଜରୀ । ଖରାପ କିଡନୀକୁ ପରିବର୍ତ୍ତନ କରି ଡୋନରର କିଡନୀ ଲଗାଯାଇଥାଏ। କିଡନୀ ପ୍ରତିରୋପଣ ପରେ ସ୍ବାଭାବିକ ଜୀବନ ବଂଚନ୍ତି ହେଲେ ସଂକ୍ରମଣରୁ ଦୂରେଇ ରହିବାକୁ ସାଧାରଣତଃ ଡାକ୍ତର ପରାମର୍ଶ ଦିଅନ୍ତି । ଅଧିକାଂଶ ଲୋକ କିଡନୀ ପ୍ରତିରୋପଣର ତିନିମାସ ଅନ୍ତରରେ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଥାନ୍ତି। ମୃତ ଡୋନରଙ୍କ ଠାରୁ ମିଳିଥିବା କିଡନୀ ୧୫ ରୁ ୨୦ ଚାଲିଥାଏ । କିନ୍ତୁ କୌଣସି ବ୍ୟକ୍ତିଙ୍କ ତିନି ଥର କିଡନୀ ପ୍ରତିରୋପଣ ହେବା ଆଶ୍ଚର୍ଯ୍ୟକର କଥା।