ପୂର୍ବୋଦୟର ବିକାଶ, ଦେଶର ବିକାଶ : ୨୦୪୭ ବିକଶିତ ଭାରତର ମୂଳଦୁଆ ହେବ ପୂର୍ବୋଦୟ

Advertisment

ବିକଶିତ ଭାରତର ସ୍ବପ୍ନ ନେଇ ଦେଶ ଆଗକୁ ବଢୁଥିବା ବେଳେ ଓଡ଼ିଶାରେ ଆୟୋଜିତ ହୋଇଛି ଦୁଇ ଦିନିଆ ଇଣ୍ଟରନ୍ୟାସନାଲ କନ୍ଫରେନ୍ସ ପୂର୍ବୋଦୟ ପରସ୍ପେପେକ୍ଟିଭ ୨୦୨୫ ।

ବିକଶିତ ଭାରତର ସ୍ବପ୍ନ ନେଇ ଦେଶ ଆଗକୁ ବଢୁଥିବା ବେଳେ ଓଡ଼ିଶାରେ ଆୟୋଜିତ ହୋଇଛି ଦୁଇ ଦିନିଆ ଇଣ୍ଟରନ୍ୟାସନାଲ କନ୍ଫରେନ୍ସ ପୂର୍ବୋଦୟ ପରସ୍ପେପେକ୍ଟିଭ ୨୦୨୫ ।

7PM5

Photograph: (KANAKNEWS)

କନକବ୍ୟୁରୋ :  ବିକଶିତ ଭାରତର ସ୍ବପ୍ନ ନେଇ ଦେଶ ଆଗକୁ ବଢୁଥିବା ବେଳେ ଓଡ଼ିଶାରେ ଆୟୋଜିତ ହୋଇଛି ଦୁଇ ଦିନିଆ ଇଣ୍ଟରନ୍ୟାସନାଲ କନ୍ଫରେନ୍ସ ପୂର୍ବୋଦୟ ପରସ୍ପେପେକ୍ଟିଭ ୨୦୨୫ ।  ଏନର୍ଜି ଫୋରମ୍, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ CII ର ମିଳିତ ସହଯୋଗରେ ଆୟୋଜିତ ହୋଇଛି ଏହି ପୂର୍ବୋଦୟ ସମ୍ମିଳନୀର ତୃତୀୟ ସଂସ୍କରଣ ।  ଓଡ଼ିଶା ସମେତ ପୂର୍ବ ଭାରତ ସୀମାବର୍ତ୍ତୀ ରାଜ୍ୟ ଗୁଡ଼ିକ ସହ ଦକ୍ଷିଣ ପୂର୍ବ ଏସିଆକୁ ଯୋଡ଼ିବା ପାଇଁ ଥିବା ସମ୍ଭାବନାକୁ ନେଇ ଚର୍ଚ୍ଚା ଓ ଆଲୋଚନା ।  ସୁଦୀର୍ଘ ବେଳାଭୂମି, ସାମୁଦ୍ରିକ ଭିତ୍ତିଭୂମି ବିକାଶ, ଶିଳ୍ପ କ୍ଷେତ୍ରରେ ବିକାଶ ଉପରେ ଗୁରୁତ୍ବ ଦେଲେ ପୂର୍ବୋଦ୍ୟାୟର ବିକାଶ ହେବ ।

ଅଧିକ ପଢନ୍ତୁ ...ବିଧାୟକଙ୍କ ଦରମା ବଢିଲା , ନବୀନ କହିଲେ ବର୍ଦ୍ଧିତ ଦରମା ନେବି ନାହିଁ ..

ଆଭାସୀ ମାଧ୍ୟମରେ ଯୋଡ଼ି ହୋଇ ଓଡ଼ିଶା ଭାରତର ଗେଟୱେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଦକ୍ଷିଣ ପୂର୍ବ ଏସିଆ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସୁଦୃଢ କରିବ ଭାରତର ଯୋଗଦାନ। ସଂଯୋଗୀକରଣ, ସାମୁଦ୍ରିକ ରଣନୀତି, ବ୍ଲୁ ଇକୋନୋମି ସହଯୋଗ ଏବଂ ଉଦୀୟମାନ ପ୍ରଯୁକ୍ତି ଉପରେ ୨୦୨୫ ପୂର୍ବୋଦୟ ପର୍ସପେକ୍ଟିଭରେ ଗୁରୁତ୍ଵ ଦିଆଯାଇଛି ।  ଫେବୃୟାରୀ ୬ ତାରିଖ ୨୦୧୬ ମସିହାରେ ପାରାଦୀପ ରିଫାଇନାରୀକୁ ଦେଶ ପାଇଁ ଉତ୍ସର୍ଗ କରିବା ସମୟରେ ପ୍ରଧାନମନ୍ତ୍ରୀ ପ୍ରଥମେ 'ପୂର୍ବୋଦୟ' ବିକାଶର ଭିତ୍ତି ରଖିଥିଲେ। କେନ୍ଦ୍ର ବଜେଟ୍ ୨୦୨୪ରେ ମଧ୍ୟ ପୂର୍ବୋଦୟ ଯୋଜନାକୁ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶକୁ ନେଇ ଗଠିତ ପୂର୍ବାଞ୍ଚଳର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe