କନକ ବ୍ୟୁରୋ: ରାସ୍ତାଠୁ ନେଇ ଡ୍ରେନ୍। ପାର୍କଠୁ ନେଇ ଜାଗାଘର। ଶ୍ରୀକ୍ଷେତ୍ରର ବିକାଶ ପାଇଁ ମଞ୍ଜୁର ହୋଇଛି ୯୧୧ ପ୍ରକଳ୍ପ, ଆଉ ମଞ୍ଜୁର ହୋଇଛି କୋଟି କୋଟି ଟଙ୍କା ଅର୍ଥ। କିନ୍ତୁ ବିଡ଼ମ୍ବନାର ବିଷୟ, ଏଥିମଧ୍ୟରୁ ୬୦୩ ପ୍ରକଳ୍ପର ଭାଗ୍ୟ ଅନ୍ଧକାରରେ। ଯାହା ଶ୍ରୀକ୍ଷେତ୍ର ବିକାଶ ପାଇଁ ସରକାରଙ୍କ ଆନ୍ତରିକତାକୁ ପଦାରେ ପକାଇଛି। ପ୍ରକଳ୍ପ କେବଳ ଘୋଷଣା ଓ ପ୍ରଚାରରେ ହିଁ ସୀମିତ ହୋଇଛି ବୋଲି ସ୍ପଷ୍ଟ ହୋଇଛି।

  • ପ୍ରକଳ୍ପ ନାଁରେ ପ୍ରତାରଣା!
  • କାଗଜପତ୍ରରେ ସୀମିତ ଶ୍ରୀକ୍ଷେତ୍ରର ବିକାଶ 
  • ଖାଇଗଲେ କୋଟି କୋଟି ଟଙ୍କା!

ମୁକ୍ତା ଯୋଜନାରେ ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ଅଧିକାଂଶ ପାର୍କ ଓ ପୁଷ୍କରିଣୀ କାମ ଦିଆଯାଇଛି। ସେହିପରି ମଶାଣିଚଣ୍ଡି ନିକଟରେ କମ୍ପୋଷ୍ଟ ସେଣ୍ଟର ପାଇଁ ୮ଲକ୍ଷ ୨୦ହଜାର , ମଙ୍ଗଳାଘାଟ କଲ୍ୟାଣମଣ୍ଡପ ପାଇଁ ୫୦ଲକ୍ଷ , ମଶାଣିଚଣ୍ଡୀ ଭେଣ୍ଡି ଜୋନ ପାଇଁ ୧୯ଲକ୍ଷ, ମୁକ୍ତାକାଶ ଜମିର ଉନ୍ନତିକରଣ ପାଇଁ ୧୪ଲକ୍ଷ, ମିନି ପାର୍କ ପ୍ରତିଷ୍ଠା ପାଇଁ ୧୪ଲକ୍ଷ ଟଙ୍କା ମଞ୍ଜୁର ହୋଇଛି।

ଏଥିସହ ଅନ୍ୟ ପ୍ରକଳ୍ପ ଗୁଡିକ ପାଇଁ କୋଟି କୋଟି ଟଙ୍କା ମଞ୍ଜୁର ହୋଇଛି। ହେଲେ ଅଧାରୁ ଅଧିକ ପ୍ରକଳ୍ପ କାର୍ଯ୍ୟ ଏଯାଏଁ ଆରମ୍ଭ ହୋଇନାହିଁ। ଯାହାକୁ ନେଇ ପୁରୀବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନ୍ୟପଟେ ଅନୁସନ୍ଧାନ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ତେଣୁ ପ୍ରଶ୍ନ ଉଠୁଛି, ଏତେ ସଂଖ୍ୟକ ପ୍ରକଳ୍ପର ଭାଗ୍ୟ ଏବେ କଣ ହେବ? ଶ୍ରୀକ୍ଷେତ୍ରର ବିକାଶ ପାଇଁ ଟଙ୍କା ମଞ୍ଜୁର ହୋଇଥିଲେ ବି କାହିଁକି ଅଟକି ରହିବା ପାଇଁ ଦାୟୀ କିଏ?