ନେତାଙ୍କ ଭିଡ଼ରେ କେନ୍ଦ୍ରାପଡ଼ା ଖୋଜୁଛି ବିକାଶର ବାଟ : ଯୋଜନା ମାଳାମାଳ ତଥାପି ଦୁର୍ବଳ

୧୯୯୩ରେ ଗଠିତ କେନ୍ଦ୍ରାପଡ଼ା ଜିଲ୍ଲା । ଅନେକ ନେତାଙ୍କୁ ତିଆରି କରିଛି ।   ଯେଉଁମାନେ ରାଜ୍ୟ ସରକାରଙ୍କ କ୍ଷେମତା କେନ୍ଦ୍ରରେ ଦୀର୍ଘଦିନ ଧରି ମନ୍ତ୍ରୀ ରହିଛନ୍ତି । 

ଅଦ୍ୟତନ ହୋଇଛି
kendrapada

Photograph: (KanakNews )

କନକବ୍ୟୁରୋ : ୧୯୯୩ରେ ଗଠିତ କେନ୍ଦ୍ରାପଡ଼ା ଜିଲ୍ଲା । ଅନେକ ନେତାଙ୍କୁ ତିଆରି କରିଛି ।  ଯେଉଁମାନେ ରାଜ୍ୟ ସରକାରଙ୍କ କ୍ଷେମତା କେନ୍ଦ୍ରରେ ଦୀର୍ଘଦିନ ଧରି ମନ୍ତ୍ରୀ ରହିଛନ୍ତି ।  କେନ୍ଦ୍ରରେ ମଧ୍ୟ କେନ୍ଦ୍ରାପଡ଼ା ନେତାଙ୍କ ଦବଦବା ରହିଛି  । ତଥାପି ଏ ଜିଲ୍ଲା ବିକାଶର ବାଟ ଖୋଜୁଛି  । ସବୁ କ୍ଷେତ୍ରରେ ସମସ୍ୟା ସହ ଜୁଝି ହେଉଛନ୍ତି ଜିଲ୍ଲାବାସୀ  । 

ପୋଡ଼ା ଭାଗ୍ୟ ନେଇ ଅସ୍ତିତ୍ୱ ଖୋଜୁଛି ଶିଳ୍ପ ବିହିନ ଜିଲ୍ଲା କେନ୍ଦ୍ରାପଡ଼ା।ନେତା ଆଗରେ ବିକାଶ ପଛରେ  । ନେତାଙ୍କୁ ପରିଚୟ ଦେଇ, ପରିଚୟ ଖୋଜୁଛି କେନ୍ଦ୍ରାପଡ଼ା  । ଏ ଜିଲ୍ଲାରୁ ପ୍ରତିନିଧିତ୍ୱ କରିଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ରବି ରାୟ, ସୁରେନ୍ଦ୍ର ନାଥ ଦ୍ବିବେଦୀ, ଶ୍ରୀକାନ୍ତ ଜେନା, ବିଜୟ ମହାପାତ୍ର, ନଳିନୀ ମହାନ୍ତି, ଭାଗବତ ମହାନ୍ତି, ଶରତ ଦେବ, ପ୍ରତାପ ଦେବ, ବେଦ ପ୍ରକାଶ ଅଗ୍ରୱାଲ, ଅତନୁ ସବ୍ୟସାଚୀ ନାୟକ, ଗଣେଶ୍ୱର ବେହେରା ଓ ବର୍ତ୍ତମାନର ସାଂସଦ ବୈଜୟନ୍ତ ପଣ୍ଡା। ରାଜ୍ୟକୁ ଟାଣୁଆ ନେତା ଦେଇଥିବା ଜିଲ୍ଲାର ବିକାଶ ଭାରି ଦୁର୍ବଳ ।

ଶିଳ୍ପ ବିହିନ ଜିଲ୍ଲାରେ ଦାଦନ, ରୋଜଗାରର ପ୍ରମୁଖ ମାଧ୍ୟମ । କୃଷି ଓ କୃଷକ ଏଠି ଅବହେଳିତ । ନଦୀ, ନାଳ ଘେରା ଜିଲ୍ଲାରେ ଅଧାରୁ ଅଧିକ ଜମିରେ ଜଳସେଚନ ବ୍ୟବସ୍ଥା ନାହିଁ । ଶୀତଳଭଣ୍ଡାର ଟିଏ ନଥିବାରୁ ଶାଗମାଛ ଦରରେ ବିକ୍ରି ହୁଏ ଚାଷୀଙ୍କ ଉତ୍ପାଦ ।

କେନ୍ଦ୍ରାପଡ଼ା ଜିଲ୍ଲାର ଏକମାତ୍ର ଶିଳ୍ପ ବଳଦେବ ପାୱାରଲୁମ୍ ବନ୍ଦ ପଡ଼ିଛି  ।  ତା'ର ପୁନଃରୁଦ୍ଧାର ପାଇଁ ଚିନ୍ତା କରୁନଥିବା ସରକାର ଏବେ ପୁଣି ନୂଆ ଶିଳ୍ପର ସ୍ୱପ୍ନ ଦେଖାଉଛନ୍ତି । 

 ଡିଗ୍ରୀ କଲେଜ ଟିଏ ନାହିଁ ବିଶ୍ବବିଦ୍ୟାଳୟ ପାଇଁ ଆନ୍ଦୋଳନ ଚାଲିଛି । ଡାକ୍ତରଖାନା ଅଛି, ଡାକ୍ତରଙ୍କ ଅଭାବ । ରେଳପଥ ଅଛି, କେବଳ ଖଣିଜ ପରିବହନ ପାଇଁ   ।  ପର୍ଯ୍ୟଟନ  କ୍ଷେତ୍ରରେ ପ୍ରମୁଖ ସ୍ଥାନ ନେଇଥିବା ବିଶ୍ବ ଐତିହ୍ୟ ଭିତରକନିକା ମଧ୍ୟ ବିଭିନ୍ନ କ୍ଷେତ୍ରରେ ଅବହେଳିତ  ।  ରାଜ୍ୟର ସର୍ବ ପୁରାତନ ପୌରାଞ୍ଚଳରେ ରାସ୍ତାଘାଟର ଅବସ୍ଥା ଦେଖିଲେ ଜିଲ୍ଲାର ସ୍ଥିତି କେଉଁଠି ବୋଲି ପ୍ରଶ୍ନ ଉଠେ  ।   ନେତାଙ୍କ ଭିଡ଼ ଓ ମାଳମାଳ ଯୋଜନା ଭିତରେ ଜିଲ୍ଲାର ଗତି କୁଆଡ଼େ ?

ଜିଲ୍ଲାବାସୀ ବିକାଶ ବାଟ ଖୋଜୁଥିବା ବେଳେ ନେତାଙ୍କ ମଧ୍ୟରେ ଚାଲେ ଶ୍ରେୟ ରାଜନୀତି   ।  ବର୍ଷବର୍ଷ ଧରି ଅବହେଳିତ ହୋଇ ରହିଥିବା ଜିଲ୍ଲାବାସୀ ଏବେ ଆନ୍ଦୋଳନ ପାଇଁ ସଜବାଜ ହେଲେଣି  ।  ନିଜ ବିକାଶ କଥା ଚିନ୍ତା କରୁଥିବା ନେତା ଯଦି ଜିଲ୍ଲା ବିକାଶ ପାଇଁ କିଛି ନକରନ୍ତି ତେବେ, ସବୁ ଅପବାଦ ମୁଣ୍ଡାଇବେ ବୋଲି ଚେତାଇ ଦେଇଛନ୍ତି ବିଭିନ୍ନ ସଙ୍ଗଠନ  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe