କନକ ବ୍ୟୁରୋ: ବିକଶତି ଗାଁ ବିକଶିତ ଓଡ଼ିଶା ଜରିଆରେ ଗ୍ରାମାଞ୍ଚଳରୁ ଆରମ୍ଭ ବିକାଶର ମହାକୁମ୍ଭ। ଦୁର୍ନୀତିର ଦାଗ ଲାଗିବନି, ଧାର୍ୟ୍ୟ ସମୟରେ ସରିବ ବିକାଶମୂଳକ ପ୍ରକଳ୍ପ । ଏଥିପାଇଁ ଗ୍ରାମବାସୀଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି ସରକାର । ନିଜ ଅଞ୍ଚଳର ବିକାଶ ପାଇଁ କଣ ଆବଶ୍ୟକ ତାହା ମାଗିଛନ୍ତି ନୂ୍ଆ ସରକାର ।  

Advertisment

ବିକଶିତ ଗାଁ ବିକଶିତ ଓଡ଼ିଶା ଜରିଆରେ ସୁଦୃଢ ହେବ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ। ପ୍ରତି ପଞ୍ଚାୟତରେ ଗଡିବ ବିକାଶର ଗାଡି, ଖର୍ଚ୍ଚ ହେବ ୧୦୦୦ କୋଟି ଟଙ୍କା। ନିଜ ଗାଁର ବିକାଶର ଚିତ୍ର ନିଜେ ଆଙ୍କିବେ ଗ୍ରାମବାସୀ। ଏଥିପାଇଁ ୫ ବର୍ଷିଆ ଯୋଜନା ପ୍ରସ୍ତୁତ କରି ଦେବାକୁ ଫେବ୍ରୁଆରୀ ୧୫ର କଣ୍ଟ ମିଳିଛି। 

ଗାଁ ଛୁଇଁବ ବିକାଶର ଶୀର୍ଷ  
- ପଞ୍ଚାୟତକୁ ଆବଣ୍ଟିତ ଅର୍ଥର ସର୍ବାଧିକ ୩୫% କେବଳ ରାସ୍ତା ନିର୍ମାଣରେ ଖର୍ଚ୍ଚ ହେବ
- ଜଙ୍ଗଲ ଅଞ୍ଚଳରେ ଥିବା ଲୋକଙ୍କ ପାଇଁ ମେଟାଲିଂ ମାନର ରାସ୍ତା ନିର୍ମାଣ
- ପ୍ରତି ବ୍ଲକରେ ଇଣ୍ଟରନେଟ ସୁବିଧା ଥିବା ରିଡିଂ ରୁମ୍
- ସବୁ ଧାର୍ମିକ ପୀଠର ବିକାଶ ସହ ଭୋଗ ମଣ୍ଡପ, ଭାଗବତ ଟୁଙ୍ଗୀ ନିର୍ମାଣ ପାଇଁ ଖର୍ଚ୍ଚ ହେବ ପାଣ୍ଠି
- ପଞ୍ଚାୟତରେ କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ପୋଖରୀ ଓ ନଦୀ କୂଳରେ ଚେଞ୍ଜିଙ୍ଗି ରୁମ୍, ମାର୍କେଟ୍ ସେଡ୍ ନିର୍ମାଣ

ଆବଣ୍ଟିତ ହେବାକୁ ଥିବା ୧୦୦୦ କୋଟି ଟଙ୍କାରୁ ୪୦% ଅନୁନ୍ନତ ତଥା ଆଦିବାସୀ ବହୁଳ ଅଞ୍ଚଳରେ ଖର୍ଚ୍ଚ ହେବ। 
ଗାଁର ବିକାଶ ପାଇଁ ୧୦୦୦ କୋଟି ( ସ୍ଲଗ, ଭଏସ ହେବନି)
-  ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଅଧିନରେ ଥିବା ୧୨୧ ବ୍ଲକରେ ୪୦୦ କୋଟି ଖର୍ଚ୍ଚ
- ବଳକା ୧୯୩ ବ୍ଲକରେ ଖର୍ଚ୍ଚ ହେବ ୬୦୦ କୋଟି
- ୩ ଲକ୍ଷ ଟଙ୍କାରୁ କମ୍ ବ୍ୟୟ ଅଟକଳ ଥିବା ପ୍ରକଳ୍ପକୁ ଗ୍ରହଣ କରାଯିବନି
ପୁରୁଣା ପ୍ରକଳ୍ପର ଆବଶ୍ୟକତାକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ନୂଆ ସରକାର । ଆମ ଓଡ଼ିଶା ନବୀନ ଓଡ଼ିଶାରେ ଅଟକିଥିବା ପ୍ରକଳ୍ପର ୨୦% ଖର୍ଚ୍ଚ ହୋଇଥିଲେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ପ୍ରକଳ୍ପ ପୂରା ହେବ ବୋଲି ସର୍ତ୍ତ ରଖିଛନ୍ତି ସରକାର । ବିକଶିତ ଗାଁ ବିକଶିତ ଓଡ଼ିଶାରେ ପ୍ରକଳ୍ପର ବାରମ୍ବାର ଖର୍ଚ୍ଚକୁ ସିଧା ନା କରିଛନ୍ତି ସରକାର । ଏଭଳି କରି ପ୍ରକଳ୍ପକୁ ବିଳମ୍ବିତ କରି ଅଧିକ ଟଙ୍କା ଡିମାଣ୍ଡ କରୁଥିବା ଠିକାଦାରଙ୍କ ଝଟକା ଦେଇଛନ୍ତି ସରକାର ।