କନକ ବ୍ୟୁରୋ : ଏକ ଦୁଷ୍କର୍ମ ମାମଲାରେ କର୍ଣ୍ଣାଟକର ପୂର୍ବତନ ସାଂସଦ ପ୍ରଜ୍ୱଳ ରେଭନ୍ନାଙ୍କୁ ଆଜୀବନ କାରା ଦଣ୍ଡାଦେଶ ହୋଇଛି । ଏହା ସହ ସେ ୧୦ ଲକ୍ଷ ଟଙ୍କା ଜରିମାନା ଦେବେ। ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର ଅଦାଲତ ଗତକାଲି ପ୍ରଜ୍ୱଳ ରେବନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ଆଜୀବନ ଜେଲ୍ ସହ ୧୦ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ୨୦୨୪ରେ କର୍ଣ୍ଣାଟକ ହାସନ ଜିଲ୍ଲାର ହୋଲେନର୍ସିପୁରାରେ ଜଣେ ୪୮ ବର୍ଷୀୟା ଘରୋଇ ସହାୟିକାଙ୍କ ସହ ଜେଡି-ଏସ୍ ସାଂସଦ ପ୍ରଜ୍ୱଳ ରେବନ୍ନା ଦୁଇଥର ଦୁଷ୍କର୍ମ କରିବା ସହ ମୋବାଇଲରେ ଘଟଣାର ଫଟୋ ଉଠାଇଥିବା ଅଭିଯୋଗ ହୋଇଥିଲା । ପ୍ରଜ୍ୱଳ ରେଭନ୍ନାଙ୍କ ବିରୋଧରେ ଏପରି ଆହୁରି ୪ଟି ମାମଲା ଚାଲିଛି । ତାଙ୍କ ପାଖରୁ ମିଳିଛି ୨ ହଜାରରୁ ଅଧିକ ଅଶ୍ଳୀଳ କ୍ଲିପିଙ୍ଗ୍ । ୩୪ ବର୍ଷୀୟ ପ୍ରଜ୍ବଳ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବେଗୌଡ଼ାଙ୍କ ନାତି, କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଏଚ୍.ଡି ରେବନ୍ନାଙ୍କ ପୁଅ ଓ କେନ୍ଦ୍ରମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀଙ୍କ ପୁତୁରା । ୨୦୨୪ ମେ ମାସ ୩୧ ତାରିଖରୁ ପ୍ରଜ୍ୱଳ ରେବନ୍ନା ଜେଲରେ ଅଛନ୍ତି । ତେବେ ଦୁଷ୍କର୍ମ ଅଭିଯୋଗକୁ ପ୍ରଜ୍ୱଳଙ୍କ ପରିବାର ପକ୍ଷରୁ ଖଣ୍ଡନ କରାଯିବା ସହ ଏହା ପଛରେ ରାଜନୈତିକ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରାଯାଇଛି ।
ଦୁଷ୍କର୍ମ ମାମଲାରେ ପୂର୍ବତନ ଜେଡିଏସ ସାଂସଦ ପ୍ରଜ୍ୱଳ ରେଭନ୍ନାଙ୍କୁ ଆଜୀବନ କାରାଦଣ୍ଡ, ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ
ଆଜି ଆଜୀବନ ଜେଲ୍ ସହ ୧୦ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ୨୦୨୪ରେ କର୍ଣ୍ଣାଟକ ହାସନ ଜିଲ୍ଲାର ହୋଲେନର୍ସିପୁରାରେ ଜଣେ ୪୮ ବର୍ଷୀୟା ଘରୋଇ ସହାୟିକାଙ୍କ ସହ ଜେଡି-ଏସ୍ ସାଂସଦ ପ୍ରଜ୍ୱଳ ରେବନ୍ନା ଦୁଇଥର ଦୁଷ୍କର୍ମ କରିବା ସହ ମୋବାଇଲରେ ଘଟଣାର ଫଟୋ ଉଠାଇଥିବା ଅଭିଯୋଗ ହୋଇଥିଲା ।
/kanak/media/media_files/2025/08/02/51-2025-08-02-21-19-22.jpg)