ବିହାରରେ ପ୍ରବଳ ବର୍ଷା ପରେ ପ୍ରଳୟଙ୍କାରୀ ବନ୍ୟା । ୨୪ ଘଣ୍ଟାରେ ଭାଙ୍ଗିଲାଣି ୬ଟି ବ୍ୟାରେଜ

ଏପଟେ ଭିତ୍ତିଭୂମି ଏବଂ ଚାଷ ଜମିରେ ବ୍ୟାପକ କ୍ଷତି ଘଟାଇଛି ଏହି ବନ୍ୟା । ରବିବାର ଦିନ ୨୪ ଘଣ୍ଟା ମଧ୍ୟରେ ୬ଟି ବ୍ୟାରେଜ ଭାଙ୍ଗି ବନ୍ୟା ପରିସ୍ଥିତିକୁ ଆହୁରି ବଢ଼ାଇ ଦେଇଛି । ସୋମବାର ନେପାଳରେ ଲଗାତାର ବର୍ଷା କମିଯିବାରୁ ବ୍ୟାରେଜରୁ ଜଳ ପ୍ରବାହିତ ହେବା କମିଯାଇଥିଲା । ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସତର୍କ ସୂଚନା ଜାରି କରାଯାଇଛି । ସମ୍ପ୍ରତି ୧୨ଟି ଏନଡିଆରଏଫ ଦଳ ଏବଂ ୨୨ଟି ରାଜ୍ୟ ବିପର୍ୟ୍ୟୟ ମୁକାବିଲା ଫୋର୍ସ (ଏସଡିଆରଫ୍‌) ଦଳ ସମଗ୍ର ବିହାରରେ ବନ୍ୟା ପରିସ୍ଥିତି ଏବଂ ଉଦ୍ଧାର କାର୍ୟ୍ୟରେ ସକ୍ରିୟ ଅଛନ୍ତି ।

dtyjhghg

କନକ ବ୍ୟୁରୋ : ବିହାରରେ ପ୍ରବଳ ବର୍ଷା ହୋଇ ବନ୍ୟା ସୃଷ୍ଟି ହୋଇଛି । ଭୟଙ୍କର ବନ୍ୟା ସଙ୍କଟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି । ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ସମସ୍ତ ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରୁଛନ୍ତି ରାଜ୍ୟ ସରକାର ।  ଏପଟେ ଭିତ୍ତିଭୂମି ଏବଂ ଚାଷ ଜମିରେ ବ୍ୟାପକ କ୍ଷତି ଘଟାଇଛି ଏହି ବନ୍ୟା । ରବିବାର ଦିନ ୨୪ ଘଣ୍ଟା ମଧ୍ୟରେ ୬ଟି ବ୍ୟାରେଜ ଭାଙ୍ଗି ବନ୍ୟା ପରିସ୍ଥିତିକୁ ଆହୁରି ବଢ଼ାଇ ଦେଇଛି । ସୋମବାର ନେପାଳରେ ଲଗାତାର ବର୍ଷା କମିଯିବାରୁ ବ୍ୟାରେଜରୁ ଜଳ ପ୍ରବାହିତ ହେବା କମିଯାଇଥିଲା । ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସତର୍କ ସୂଚନା ଜାରି କରାଯାଇଛି । ସମ୍ପ୍ରତି ୧୨ଟି ଏନଡିଆରଏଫ ଦଳ ଏବଂ ୨୨ଟି ରାଜ୍ୟ ବିପର୍ୟ୍ୟୟ ମୁକାବିଲା ଫୋର୍ସ (ଏସଡିଆରଫ୍‌) ଦଳ ସମଗ୍ର ବିହାରରେ ବନ୍ୟା ପରିସ୍ଥିତି ଏବଂ ଉଦ୍ଧାର କାର୍ୟ୍ୟରେ ସକ୍ରିୟ ଅଛନ୍ତି । ରବିବାର ସନ୍ଧ୍ୟାରେ ସୀତାହାରୀ ଜିଲ୍ଲାର ଅତି କମରେ ଚାରିଟି ସ୍ଥାନରେ ବାଗମତୀ ନଦୀର ବନ୍ଧ ଭାଙ୍ଗି ଏହାର କୂଳରେ ରହୁଥିବା ହଜାର ହଜାର ଲୋକଙ୍କୁ ପ୍ରଭାବିତ କରିଥିଲା। ପଶ୍ଚିମ ଚମ୍ପାରନ୍ ଏବଂ ଶୋହର ଜିଲ୍ଲାରେ ମଧ୍ୟ ବନ୍ଧ ଭାଙ୍ଗିଯାଇଛି । ରାଜ୍ୟ ଜଳସମ୍ପଦ ବିଭାଗର ସୂଚନାନୁସାରେ, କେତେକ ଛୋଟ ନଦୀରେ ସ୍ତର ହ୍ରାସ ପାଇଥିବାବେଳେ ବନ୍ୟା ପ୍ରଭାବିତ ୧.୬ ମିଲିୟନରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଛି । ଅଧିକାରୀ କହିଛନ୍ତି ଯେ ଏପର୍ୟ୍ୟନ୍ତ କୌଣସି ମୃତାହତ ଖବର ମିଳିନାହିଁ । "ଗତ ଦୁଇ ତିନି ଦିନ ମଧ୍ୟରେ ଲଗାତାର ବର୍ଷା ହେତୁ ରାଜ୍ୟରେ ଗଣ୍ଡକ, କୋସି, ବାଗମତୀ, ବୁରହୀ ଗଣ୍ଡକ, କମଲା ବାଲାନ, ମହାନନ୍ଦ, ଏବଂ ଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି’’ ବୋଲି ଜଳ ସମ୍ପଦ ମନ୍ତ୍ରୀ ବିଜୟ କୁମାର ଚୌଧୁରୀ ରବିବାର କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe