ନିଆଁ ଗିଳିଦେଲା ସର୍ବସ୍ବ ; ଜୀବନ୍ତ ଦଗ୍ଧ ହୋଇଗଲେ ୧୬ ଛେଳି

Advertisment

୧୬ଟି ଛେଳି ସହ ଆଖୁ ଫସଲ ନଷ୍ଟ ହୋଇଯାଇଛି। ଚାଷୀ ଜଣକ ରାଜନୀତି ଆକ୍ରୋଶର ଶିକାର ହୋଇଥିବା ଜଣାପଡ଼ିଛି । ଦମକଳ ନିଆଁ ଲିଭାଇବାକୁ ପ୍ରୟାସ କରିଥିଲା । ଲିଭିଲା ବେଳକୁ ଆଉ କିଛି ନାହିଁ ।

୧୬ଟି ଛେଳି ସହ ଆଖୁ ଫସଲ ନଷ୍ଟ ହୋଇଯାଇଛି। ଚାଷୀ ଜଣକ ରାଜନୀତି ଆକ୍ରୋଶର ଶିକାର ହୋଇଥିବା ଜଣାପଡ଼ିଛି । ଦମକଳ ନିଆଁ ଲିଭାଇବାକୁ ପ୍ରୟାସ କରିଥିଲା । ଲିଭିଲା ବେଳକୁ ଆଉ କିଛି ନାହିଁ ।

goats burnt alive

goats burnt alive Photograph: (kanak news)

କନକ ବ୍ୟୁରୋ : ନିଆଁ ଗିଳିଦେଲା ସର୍ବସ୍ବ । ଫସଲ, ପୋଷା ଜନ୍ତୁ ସବୁ କିଛି ଜାଳି ପୋଡ଼ି ପାଉଁଶ କରିଦେଇଛି ନିଆଁ। ୧୬ଟି ଛେଳି ସହ ଆଖୁ ଫସଲ ନଷ୍ଟ ହୋଇଯାଇଛି। ଚାଷୀ ଜଣକ ରାଜନୀତି ଆକ୍ରୋଶର ଶିକାର ହୋଇଥିବା ଜଣାପଡ଼ିଛି । ଦମକଳ ନିଆଁ ଲିଭାଇବାକୁ ପ୍ରୟାସ କରିଥିଲା । ଲିଭିଲା ବେଳକୁ ଆଉ କିଛି ନାହିଁ । ଖାଲି ପାଉଁଶ ଆଉ ଲିଭିଯାଉଥିବା ନିଆଁର ଧୂଆଁ ବାସ୍‌ ଏତିକି ଦେଖାଯାଉଛି । ନିଆଁ ଆଁରେ ସର୍ବସ୍ବାନ୍ତ ହୋଇଯାଇଛି ପରିବାର । ଜଣେ ଶତ୍ରୁତା ପାଇଁ ମଣିଷ କେତେ ତଳସ୍ତରକୁ ଯାଇପାରେ ଏ ନିଆଁ ହେଉଛି ତାର ଉଦାହରଣ । 

ଭଞ୍ଜନଗର ବ୍ଲକ ଗୁଣ୍ଡୁରିବାଡ଼ି ପଞ୍ଚାୟତର ଖଣ୍ଡିକୋଟି ଗାଁର ଶ୍ରୀନିବାସ ବିଶ୍ବାଳ ଏକ ଫାର୍ମ ହାଉସ କରି ଆଖୁ ଚାଷ ସହ କିଛି ଛେଳି ପାଳନ କରିଥିଲେ। ସବୁ ଭଲରେ ଚାଲିଥିଲା। ହଠାତ୍‌ ଦିନଦ୍ବିପହରେ ଦୁର୍ବୃତ୍ତ ଗୁହାଳ ଓ ଫସଲରେ ନିଆଁ ଲଗାଇଦେଇଛନ୍ତି । ଗୁହାଳ ଘର ସହ ବନ୍ଧା ହୋଇଥିବା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ୧୫ଟି ଛେଳି ଛୁଆ ଓ ଗୋଟେ ମା’ ଛେଳି। ଆଖୁ ଫସଲ ପୋଡ଼ି ପାଉଁଶ ହୋଇଯାଇଛି । ନିଜ ସଞ୍ଚିତ ଧନକୁ ଜଳି ଯାଇଥିବା ଦେଖି ଚାଷୀ ହତାଶ ହୋଇପଡ଼ିଛି ।

ଅଧିକ ପଢ଼ନ୍ତୁ---ଅବହେଳିତ ଗଜପତିର ପାରଳା ରାଜପ୍ରାସାଦ ; ରକ୍ଷଣାବେକ୍ଷଣ ଅଭାବରୁ ହରାଉଛି ଅସ୍ତିତ୍ବ

ଶ୍ରୀନିବାସ ନିଜର ବଡ଼ବାପାଙ୍କ ଶୁଦ୍ଧିକ୍ରିୟାରେ ଥିବା ସମୟରେ ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । ଗାଁ ଲୋକଙ୍କ ଠାରୁ ଖବର ପାଇ ଆସିଲା ବେଳକୁ ସବୁ କିଛି ଛାରଖାର ହୋଇଯାଇଥିଲା । ତେବେ ଚାଷୀ ଜଣକ ପଞ୍ଚାୟତର ସମିତି ସଭ୍ୟ ଥିବାରୁ କେହି ରାଜନୈତିକ ଆକ୍ରୋଶ ରଖି ନିଆଁ ଲଗାଇଦେଇଥିବା ଚର୍ଚ୍ଚା ଜୋର୍ ଧରିଛି । ନିରୀହ ପଶୁଙ୍କୁ ଜାଳି କ’ଣ ରାଜନୀତି କରାଯାଏ? ଦିନବେଳା ଏଭଳି ଅପରାଧ ଘଟାଇବାକୁ ସାହସ କଲା କିଏ? ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe