ପାଖେଇ ଆସୁଛି ଦେବସ୍ନାନ ପୂର୍ଣ୍ଣମୀ, ସାଆନ୍ତେଙ୍କ ପାଇଁ ଜୋରଦାର ଆଗେଇ ଚାଲିଛି ରଥ ନିର୍ମାଣ କାମ

ଆଜି ତିନିରଥର ଉଠିବ ଚାରିନାହାକା । ସେପଟେ ରଥଯାତ୍ରା ପାଇଁ କରାଯିବ ବିଦ୍ୟୁତ ବିଭାଗ ମକ୍‌ ଡ୍ରିଲ୍ ।

ଉଠିବ ତିନି ରଥର ଚାରିନାହାକା

ଉଠିବ ତିନି ରଥର ଚାରିନାହାକା Photograph: (kanaknews)

କନକ ବ୍ୟୁରୋ:  ପାଖେଇ ଆସୁଛି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ଚଳଚଞ୍ଚଳ ରଥ ଖଳା। ସାଆନ୍ତେଙ୍କ ପାଇଁ ଜୋରଦାର ଆଗେଇ ଚାଲିଛି ରଥ ନିର୍ମାଣ କାମ । ତିନିରଥ ପାଞ୍ଚ ଦଣ୍ଡାରେ ଆଗଆଣି, ପଛଆଣି ଗରଗରା ପଡ଼ି ଦଣ୍ଡା ଉଭୟ ପାର୍ଶ୍ଵରେ ପୋଲା ଗୟଳ ମୋଡା ଶେଷ ହୋଇଛି । ଆଜି  ତିନିରଥର ଚାରିନାହାକା ଉଠିବ । ତା ପୂର୍ବ ପ୍ରସ୍ତୁତି ଶେଷ ହୋଇଛି ।

ସେଥିପାଇଁ  ତିନି ରଥର ପାଞ୍ଚ ଦଣ୍ଡା ଉଭୟ ପାର୍ଶ୍ଵରେ ଗୋଟିଏ ଗୋଟିଏ ପୋଲା ଗୟଳ ଆଗ ଏବଂ ପଛ ନିରାଡି ସହ ସଂଯୁକ୍ତ ହୋଇଛି ବା ମୋଡ଼ାଯାଇଛି । ପୋଲ ଗୟଳକୁ ମୁଣ୍ଡାଇ ରଖିବା ପାଇଁ ସାତ ଗୋଟି ଟାଣ ବା ଖମ୍ବି ଉଭୟ ପାର୍ଶ୍ଵ ଦଣ୍ଡାରେ ବିନ୍ଧ କରାଯାଇ ସେଟିଂ କରାଯାଇଛି । ତିନିରଥ ଚାରି ନାହାକା ଉଠିବା ସହଜ ହେବାପାଇଁ ଭୋଇ ସେବକ ମାନେ ପୋଲା ଗୟଳ ଉପରେ ଭାରା ବାନ୍ଧି ଫାଳୀ ବଟନ କାଠ ପକାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe