କନକ ବ୍ୟୁରୋ: ପାଖେଇ ଆସୁଛି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ଚଳଚଞ୍ଚଳ ରଥ ଖଳା। ସାଆନ୍ତେଙ୍କ ପାଇଁ ଜୋରଦାର ଆଗେଇ ଚାଲିଛି ରଥ ନିର୍ମାଣ କାମ । ତିନିରଥ ପାଞ୍ଚ ଦଣ୍ଡାରେ ଆଗଆଣି, ପଛଆଣି ଗରଗରା ପଡ଼ି ଦଣ୍ଡା ଉଭୟ ପାର୍ଶ୍ଵରେ ପୋଲା ଗୟଳ ମୋଡା ଶେଷ ହୋଇଛି । ଆଜି ତିନିରଥର ଚାରିନାହାକା ଉଠିବ । ତା ପୂର୍ବ ପ୍ରସ୍ତୁତି ଶେଷ ହୋଇଛି ।
ସେଥିପାଇଁ ତିନି ରଥର ପାଞ୍ଚ ଦଣ୍ଡା ଉଭୟ ପାର୍ଶ୍ଵରେ ଗୋଟିଏ ଗୋଟିଏ ପୋଲା ଗୟଳ ଆଗ ଏବଂ ପଛ ନିରାଡି ସହ ସଂଯୁକ୍ତ ହୋଇଛି ବା ମୋଡ଼ାଯାଇଛି । ପୋଲ ଗୟଳକୁ ମୁଣ୍ଡାଇ ରଖିବା ପାଇଁ ସାତ ଗୋଟି ଟାଣ ବା ଖମ୍ବି ଉଭୟ ପାର୍ଶ୍ଵ ଦଣ୍ଡାରେ ବିନ୍ଧ କରାଯାଇ ସେଟିଂ କରାଯାଇଛି । ତିନିରଥ ଚାରି ନାହାକା ଉଠିବା ସହଜ ହେବାପାଇଁ ଭୋଇ ସେବକ ମାନେ ପୋଲା ଗୟଳ ଉପରେ ଭାରା ବାନ୍ଧି ଫାଳୀ ବଟନ କାଠ ପକାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/06/07/IxMeyVCjE5IP4MmoyUsl.jpg)