ପାଖରେ ପଇସା ନାହିଁ ବୋଲି… ହସ୍ପିଟାଲ ବେଡରେ ପଡ଼ିରହିଲା ମାଆର ମୃତଦେହ

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ ।  ପାଖରେ ଅର୍ଥ ନଥିଲା ବୋଲି ମେଡିକାଲ ବେଡରେ ଦୀର୍ଘ ସମୟ ପଡ଼ିରହିଲା ମଆର ମୃତଦେହ । ପାଖରେ ସେମିତି ଅସହାୟ ବସିରହିଥିଲା ନାବଳିକା ଝିଅ । ଏ ଦୃଶ୍ୟ ସମସ୍ତଙ୍କ ମନକୁ ଦୋହଲାଇଦେଇଥିଲା, ଆଖି ଭିଜାଇଦେଇଥିଲା । 

71

କନକ ବ୍ୟୁରୋ: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ ।  ପାଖରେ ଅର୍ଥ ନଥିଲା ବୋଲି ମେଡିକାଲ ବେଡରେ ଦୀର୍ଘ ସମୟ ପଡ଼ିରହିଲା ମଆର ମୃତଦେହ । ପାଖରେ ସେମିତି ଅସହାୟ ବସିରହିଥିଲା ନାବଳିକା ଝିଅ । ଏ ଦୃଶ୍ୟ ସମସ୍ତଙ୍କ ମନକୁ ଦୋହଲାଇଦେଇଥିଲା, ଆଖି ଭିଜାଇଦେଇଥିଲା । 

ମୃତ ମହିଳା ଜଣକ ହେଉଛନ୍ତି ବଲାଙ୍ଗୀର ଲାଠୋର ଥାନା ଅନ୍ତର୍ଗତ ବେନ୍ଦେର ଗାଁର ସୂର୍ଯ୍ୟକାନ୍ତି ମାଝୀ । ଗତ ବର୍ଷ ବାପା ଆରପାରିକୁ ଚାଲିଯାଇଥିଲେ । ମଆର ଦେହ ଖରାପ ହେବାରୁ ଜିଲ୍ଲା ହସ୍ପିଟାଲକୁ ଆଣିଥିଲା ଝିଅ ଦିଲେଶ୍ବରୀ । ହେଲେ ବଞ୍ଚିଲାନି ମାଆ । କିନ୍ତୁ ପାଖରେ ବି କାଣି କଉଡ଼ିଟିଏ ନଥିଲା। ମାଆର ଶବକୁ ଘରକୁ ନେବାକୁ ହସ୍ପିଟାଲରେ ନା ଥିଲା ଆମ୍ବୁଲାନ୍ସ ନା ଶବବାହକ ଗାଡ଼ି । ଘରୋଇ ଗାଡ଼ି ପାଇଁ ବି ପାଖରେ କାଣି କଉଡ଼ି ବି ନଥିଲା । ତେଣୁ ହସ୍ପିଟାଲ ବେଡ଼ରେ ଦୀର୍ଘ ଘଣ୍ଟା ପଡ଼ିରହିଥିଲା  ସୂର୍ଯ୍ୟକାନ୍ତିଙ୍କ ଜୀବନ । ଆଉ ପାଖରେ କାନ୍ଦ କାନ୍ଦ ହୋଇ ଜଗିବସିଥିଲା ଝିଅ ଦିଲେଶ୍ବରୀ । 

କ୍ରମେ ମୃତଦେହରୁ ଦୁର୍ଗନ୍ଧ ବାହାରିବାରୁ ଲୋକେ ଅଭିଯୋଗ କରିଥିଲେ  ଏବଂ ମେଡିକାଲ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହସ୍ପିଟାଲରେ କିଛି ଗାଡ଼ି ନଥିବାରୁ    ଅଧୀକ୍ଷକ ମାନସୀ ପଣ୍ଡା ମେଡିକାଲ ଖର୍ଚ୍ଚରେ ଏକ ଘରୋଇ ଗାଡ଼ି ଡାକି ସୂର୍ଯ୍ୟକାନ୍ତିଙ୍କ ମୃତଦେହକୁ ଘରକୁ ପଠାଇବା ବନ୍ଦୋବସ୍ତ କରିଥିଲେ । 
ଉଭୟ ବାପା, ମାଆଙ୍କୁ ହରାଇବା ପରେ ଝିଅ ଦିଲେଶ୍ବରୀ ଏବେ ଅନାଥ।  ତେବେ ତାଙ୍କ ବାବଦରେ ବଶେଷ କିଛି ତଥ୍ୟ ଆମର ହସ୍ତଗତ ହୋଇପାରିନଥିବାବେଳେ ଏହି ଖବର ଉପରେ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛୁ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe