ବାବୁଙ୍କ ତୁଟୁନି ବିଭାଗ ମୋହ, ବଦଳି ସତ୍ତ୍ବେ ନିର୍ଦ୍ଧାରିତ ସମୟରେ ନୂତନ ପଦବୀରେ ଦେଲେନି ଯୋଗ

Advertisment

୧୦ ଓଏଫଏସ୍ ଅଧିକାରୀଙ୍କୁ ଅର୍ଥ ବିଭାଗର କାରଣ ଦର୍ଶାଅ ନୋଟିସ । ୭ ଦିନ ଭିତରେ ସନ୍ତୋଷଜନକ ଉତ୍ତର ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ।

୧୦ ଓଏଫଏସ୍ ଅଧିକାରୀଙ୍କୁ ଅର୍ଥ ବିଭାଗର କାରଣ ଦର୍ଶାଅ ନୋଟିସ । ୭ ଦିନ ଭିତରେ ସନ୍ତୋଷଜନକ ଉତ୍ତର ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ।

Odisha

Odisha Photograph: (KanakNews)

କନକ ବ୍ୟୁରୋ;  ବାବୁଙ୍କ ତୁଟୁନି ଅର୍ଥବିଭାଗର କ୍ଷମତା ମୋହ । ବଦଳି ସତ୍ତ୍ୱେ ବିଭାଗ ଛାଡ଼ୁ ନାହାନ୍ତି ଓ ନୂତନ ପଦବୀରେ ଯୋଗ ଦେଇ ନାହାନ୍ତି । ବିଭାଗ ମୋହ ତୁଟାଇ ପାରୁନଥିବା ୧୦ ଜଣ ଓଏଫଏସ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଅର୍ଥ ବିଭାଗ । ରାଜ୍ୟ ସରକାରଙ୍କ ବଦଳି ନିର୍ଦ୍ଦେଶକୁ ଅବମାନନା କରିବା ଓଏଫଏସ କ୍ୟାଡରର ୧୦ ଜଣ ଅଧିକାରୀଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ନୂତନ ପଦବୀରେ ଯୋଗ ନ ଦେଇଥିବାରୁ ଅର୍ଥ ବିଭାଗ ପକ୍ଷରୁ ଏହି ଅଧିକାରୀମାନଙ୍କୁ ଆଜି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ଅଧିକ ପଢନ୍ତୁ: ପଞ୍ଚାୟତ ନିର୍ବାଚନ ପାଇଁ ରିଭିଜନ ଆରମ୍ଭ କଲେ ପ୍ରମୁଖ ରାଜନୈତିକ ଦଳ, ରୁଦ୍ଧଦ୍ୱାର ବୈଠକ କରି ପ୍ରସ୍ତୁତ କରୁଛନ୍ତି ରଣନୀତି

୭ ଦିନ ଭିତରେ ସନ୍ତୋଷଜନକ ଉତ୍ତର ନଦେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛି ଅର୍ଥ ବିଭାଗ । ସୂଚନା ଅନୁସାରେ ଅକ୍ଟୋବର ୨୦୨୫ରେ ଦଶ ଜଣ ଓଏଫଏସ ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ବଦଳି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲେ । ମାତ୍ର ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ସେମାନେ ନିଜର ପୂର୍ବ ପଦବୀରୁ ଅବ୍ୟାହତି ନେଇନାହାନ୍ତି କିମ୍ବା ନୂଆ ସ୍ଥାନରେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି । ସରକାର ଏହି କାର୍ଯ୍ୟକୁ 'ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି'ର ଉଲ୍ଲଂଘନ ଏବଂ ଘୋର ଅନୁଶାସନହୀନତା ବୋଲି ଦର୍ଶାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe