ଲକ୍ଷାଧିକ  ଟଙ୍କା ଖର୍ଚ୍ଚ ପରେ ବି ଅବହେଳିତ କୋରାପୁଟ ପାଟଦେବୀ ଡଙ୍ଗର । ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ, ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

Advertisment

୨୦ ହେକ୍ଟର ପରିମିତ ଜମିରେ ନିର୍ମିତ ଏହି ପର୍ଯ୍ୟଟନସ୍ଥଳୀ । ଏଠାରେ ୧୨୮ ପ୍ରଜାତିରୁ ଅଧିକ ବୃକ୍ଷଲତା ଓ ଔଷଧୀୟ ଗଛ ରହିଛି। ପୂର୍ବରୁ ଔଷଧୀୟ ବୃକ୍ଷ ଗୁଡ଼ିକରେ ନାମ ଲେଖାଯାଇଥିଲା। କିନ୍ତୁ ତାହା ଏବେ ଆଉ ଜଣାପଡୁନି। ଡ଼ଙ୍ଗର ଉପରେ ଥିବା କଳାକୃତି ଗୁଡ଼ିକ ବି ନଷ୍ଟ ହେବାକୁ ବସିଲାଣି । ତେଣୁ ଏହାର ମରାମତି ପାଇଁ ଦାବି ହୋଇଛି ।

\6øúòêòZú

କନକ ବ୍ୟୁରୋ : ଦିନେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ଥିଲା ପାଟଦେବୀ ଡ଼ଙ୍ଗର। ବଣ ପାହାଡ଼ର ମନଲୋଭା ପରିବେଶରେ ସମୟ ବିତାଇବାକୁ କାହିଁ କେତେ ଦୂରରୁ ଛୁଟି ଆସୁଥିଲେ ପର୍ଯ୍ୟଟକ । ୨୦୧୮-୧୯ରେ ସହରୀ ବନୀକରଣ ଯୋଜନାରେ ବନବିଭାଗ ପକ୍ଷରୁ ଉନ୍ନତିକରଣ ହୋଇଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ପର୍ଯ୍ୟଟନସ୍ଥଳୀ ଏବେ ଅବହେଳିତ ଅବସ୍ଥାରେ । ନା ଆଉ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ନା ଆଗଭଳି ଆଉ ଗହଳି ଅଛି । ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ପାଟଦେବୀ ଡ଼ଙ୍ଗର। ସନ୍ଧ୍ୟା ହେଲେ ଏଠାରେ ମଦ ମାଂସର ଆସାର ଜମୁଛି । 

୨୦ ହେକ୍ଟର ପରିମିତ ଜମିରେ ନିର୍ମିତ ଏହି ପର୍ଯ୍ୟଟନସ୍ଥଳୀ । ଏଠାରେ ୧୨୮ ପ୍ରଜାତିରୁ ଅଧିକ ବୃକ୍ଷଲତା ଓ ଔଷଧୀୟ ଗଛ ରହିଛି। ପୂର୍ବରୁ ଔଷଧୀୟ ବୃକ୍ଷ ଗୁଡ଼ିକରେ ନାମ ଲେଖାଯାଇଥିଲା। କିନ୍ତୁ ତାହା ଏବେ ଆଉ ଜଣାପଡୁନି। ଡ଼ଙ୍ଗର ଉପରେ ଥିବା କଳାକୃତି ଗୁଡ଼ିକ ବି ନଷ୍ଟ ହେବାକୁ ବସିଲାଣି । ତେଣୁ ଏହାର ମରାମତି ପାଇଁ ଦାବି ହୋଇଛି ।

ଦିନେ ସୁନ୍ଦର ପରିବେଶ ପାଇଁ ଏଠାରେ ପର୍ଯ୍ୟଟକଙ୍କ ଗହଳି ଜମୁଥିଲା । ଏବେ ଖାଁ ଖାଁ ପଡ଼ିଛି ପର୍ଯ୍ୟଟନସ୍ଥଳୀ । ପାହାଡ଼ ଓ ସୁନ୍ଦର ଗଛ ଲତାର ସ୍ଥାନ ନେଇଛି ବଣବୁଦା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe