୬୦ ଲକ୍ଷ ଖର୍ଚ୍ଚରେ ବଦଳିଛି ବିଦ୍ୟାଳୟର ଚିତ୍ର । ହେଲେ ହୋଇନି ଭିତ୍ତିଭୂମିର ବିକାଶ

Advertisment

ସ୍ଥାୟୀ ଶିକ୍ଷକ ନଥିବାରୁ ଅବସରପ୍ରାପ୍ତ ୨ ଜଣ ଶିକ୍ଷକଙ୍କ ୮୦ ଛାତ୍ରଛାତ୍ରୀଙ୍କୁ ପଢାଉଛନ୍ତି। ଏବେ ସୁଦ୍ଧା ସିଲାବସର ମାତ୍ର ୨୦% ପାଠପଢ଼ା ହୋଇଛି।  

ସ୍ଥାୟୀ ଶିକ୍ଷକ ନଥିବାରୁ ଅବସରପ୍ରାପ୍ତ ୨ ଜଣ ଶିକ୍ଷକଙ୍କ ୮୦ ଛାତ୍ରଛାତ୍ରୀଙ୍କୁ ପଢାଉଛନ୍ତି। ଏବେ ସୁଦ୍ଧା ସିଲାବସର ମାତ୍ର ୨୦% ପାଠପଢ଼ା ହୋଇଛି।  

381

କନକ ବ୍ୟୁରୋ : ଭବିଷ୍ୟତ ଗଢିବା ଆଶାରେ ସ୍କୁଲକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଭାଗ୍ୟ ଏବେ ଝୁଲନ୍ତା ଅବସ୍ଥାରେ। ନୀଳଗିରି ବ୍ଲକ ଅନ୍ତର୍ଗତ ପୋଡାଶୂଳ ଗାଁର ରାଧାମାଧବ ଜୀଉ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶ୍ରେଣୀଗୃହ ଅଛି। ଛାତ୍ରଛାତ୍ରୀ ଆସୁଛନ୍ତି। ହେଲେ ଶିକ୍ଷକ ନାହାନ୍ତି। ପିଲାମାନେ ନିଜେ ବାରଣ୍ଡା ଓଳାଇ ସଫା କରୁଛନ୍ତି। ବାହାରୁ ପାଣି ଆଣୁଛନ୍ତି। ସ୍ଥାୟୀ ଶିକ୍ଷକ ନଥିବାରୁ ଅବସରପ୍ରାପ୍ତ ୨ ଜଣ ଶିକ୍ଷକଙ୍କ ୮୦ ଛାତ୍ରଛାତ୍ରୀଙ୍କୁ ପଢାଉଛନ୍ତି। ଏବେ ସୁଦ୍ଧା ସିଲାବସର ମାତ୍ର ୨୦% ପାଠପଢ଼ା ହୋଇଛି।  

୬୦ ଲକ୍ଷ ଟଙ୍କା ଖର୍ଚ୍ଚରେ ଅତ୍ୟାଧୁନିକ ଶ୍ରେଣୀଗୃହ, ଇଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ, ସାଇନ୍ସ ଲ୍ୟାବ, ଅତ୍ୟାଧୁନିକ ପାଣି ଟ୍ୟାପ ଓ ଶୌଚାଳୟ ପ୍ରସ୍ତୁତ ହୋଇଛି। ୨୦୨୩ ନଭେମ୍ବର ୧୯ରେ ଲୋକାର୍ପଣ ହୋଇଥିଲା। ହେଲେ ଏଯାଏଁ ବ୍ୟବହାର ହୋଇପାରୁନାହିଁ। ବିଦ୍ୟୁତ ଓ ପାନୀୟ ଜଳ ସଂଯୋଗ ହୋଇନାହିଁ। ପିଲାମାନେ ବାରଣ୍ଡା ଓଳାଇ ସେଠାରେ ବସୁଛନ୍ତି । ତେବେ ଲକ୍ଷାଧିକ ଟଙ୍କାର କୋଠା କାହା ପାଇଁ ବୋଲି ପ୍ରଶ୍ନ ଉଠିଛି? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe