କଟକଣାକୁ ବେଖାତିର ; ଖୁଲମ୍‌ଖୁଲା ଚାଲିଛି ପ୍ଲାଷ୍ଟିକ୍‌ ବ୍ୟବହାର

Advertisment

ପଲିଥିନ କିମ୍ବା କୌଣସି ପ୍ଲାଷ୍ଟିକ ଜରିର ବ୍ୟବହାର ଉପରେ ଲାଗିଛି ପ୍ରତିବନ୍ଧକ । ହେଲେ ବାସ୍ତବରେ କିନ୍ତୁ କମିନି କି ଥମିନି ପ୍ଲାଷ୍ଟିକ ବ୍ୟବହାର । ଲାଗୁଛି ଯେମିତି ଯାଞ୍ଚ, କଟକଣା, ସଚେତନତା କେବଳ କାଗଜ କଲମରେ ସୀମିତ ରହିଯାଇଛି ।

ପଲିଥିନ କିମ୍ବା କୌଣସି ପ୍ଲାଷ୍ଟିକ ଜରିର ବ୍ୟବହାର ଉପରେ ଲାଗିଛି ପ୍ରତିବନ୍ଧକ । ହେଲେ ବାସ୍ତବରେ କିନ୍ତୁ କମିନି କି ଥମିନି ପ୍ଲାଷ୍ଟିକ ବ୍ୟବହାର । ଲାଗୁଛି ଯେମିତି ଯାଞ୍ଚ, କଟକଣା, ସଚେତନତା କେବଳ କାଗଜ କଲମରେ ସୀମିତ ରହିଯାଇଛି ।

Baripada

Baripada Photograph: (kanak news)

କନକ ବ୍ୟୁରୋ : ମାଟିରେ ମିଶିପାରେନି ବୋଲି ପ୍ଲାଷ୍ଟିକ ବ୍ୟବହାରକୁ ନିଷିଦ୍ଧ କରିଛନ୍ତି ସରକାର । ପଲିଥିନ କିମ୍ବା କୌଣସି ପ୍ଲାଷ୍ଟିକ ଜରିର ବ୍ୟବହାର ଉପରେ ଲାଗିଛି ପ୍ରତିବନ୍ଧକ । ହେଲେ ବାସ୍ତବରେ କିନ୍ତୁ କମିନି କି ଥମିନି ପ୍ଲାଷ୍ଟିକ ବ୍ୟବହାର । ଲାଗୁଛି ଯେମିତି ଯାଞ୍ଚ, କଟକଣା, ସଚେତନତା କେବଳ କାଗଜ କଲମରେ ସୀମିତ ରହିଯାଇଛି । ବାରିପଦା ସହରରେ ଆଜି ବି ଖୋଲାଖୋଲି ବ୍ୟବହାର କରାଯାଉଛି ପ୍ଲାଷ୍ଟିକ୍‌ ଓ ପଲିଥିନ । ଲୋକେ ଜିନିଷ ଭରି ନେଉଛନ୍ତି ଓ ବ୍ୟବହାର ସରିଲେ ଏଣେତେଣେ ଫିଙ୍ଗୁଛନ୍ତି । ଯାହା ପରିବେଶ ପ୍ରଦୂଷଣକୁ ବଢ଼ାଇବା ସହ ଭବିଷ୍ୟତ ପାଇଁ ସଙ୍କଟକୁ ଡାକିଆଣୁଛି ।

ବାରିପଦାର ବଜାର ଘାଟ ହାଟ ସବୁଠି ପଲିଥିନ ବ୍ୟବହାର ହେଉଛି । ଗଲା ୬ ମାସ ହେଲା ଯାଞ୍ଚ ବି ନାହିଁ । କୌଣସି ଛକ ବଜାରରେ ମଧ୍ୟ ପଲିଥିନ୍ ବ୍ୟବହାର ବାରଣ ସଚେତନତା ହୋର୍ଡିଂଟିଏ ଦେଖିବାକୁ ମିଳୁନାହିଁ । ସହରରେ ପଲିଥିନ ବ୍ୟବହାର ନେଇ କଟକଣା ରହିଛି । ଯାହାକୁ ପାଳନ କରିବା ଦାୟିତ୍ୱ ବାରିପଦା ପୌରପାଳିକାର । ହେଲେ ମୁଖ୍ୟ ନଗରପାଳ ସରକାରୀ ବ୍ୟବସ୍ଥାକୁ ପରୋକ୍ଷରେ ଦାୟୀ କରି କହିଛନ୍ତି, ଆମେ କେବେ କେବେ ଯାଞ୍ଚ୍ କରି ଫାଇନ କରୁଛୁ। ହେଲେ ବାରିପଦା ସହରରେ ପଲିଥିନ୍ ପ୍ରସ୍ତୁତକାରୀ କମ୍ପାନିକୁ ବନ୍ଦ କରିବା ପାଇଁ ସରକାରୀ ସ୍ତରରେ କାହିଁକି ପଦକ୍ଷେପ ନିଆଯାଉନାହିଁ ବୋଲି ଓଲଟା ପ୍ରଶ୍ନ କରିଛନ୍ତି । ସେପଟେ ସାଧାରଣ ବ୍ୟବସାୟୀ ମଧ୍ୟ କହୁଛି ପଲିଥିନ୍ ମିଳୁଛି ବୋଲି ଆମେ ଆଣୁଛୁ , ଆଉ ଲୋକେ ନେଉଛନ୍ତି । ଯଦି ପଲିଥିନ୍ ଫ୍ୟାକ୍ଟ୍ରି ବନ୍ଦ ହୁଅନ୍ତା ତେବେ ମିଳନ୍ତା ନାହିଁ କି ଆମେ ଆଣନ୍ତୁ ନାହିଁ ।

ଅଧିକ ପଢ଼ନ୍ତୁ--ସମଲେଇ ମନ୍ଦିରରେ ପଲିଥିନ୍‌ ବ୍ୟାନ୍‌, ମାଦକ ଦ୍ରବ୍ୟ ଉପରେ ଲାଗିଥିଲା କଟକଣା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe