କନକ ବ୍ୟୁରୋ : ଦୀଘା ଜଗନ୍ନାଥ ମନ୍ଦିର ସମ୍ମୂଖର ତିନୋଟି ଦୃଶ୍ୟ। ପ୍ରଥମ ଦୃଶ୍ୟରେ ଜଗନ୍ନାଥ ଧାମ ଥିବା ହୋର୍ଡିଂ ଲାଗିଛି, କିନ୍ତୁ ଦ୍ବିତୀୟ ଦୃଶ୍ୟରେ ତାକୁ କାଢ଼ି ନିଆଯାଇଛି । ତୃତୀୟ ଦୃଶ୍ୟରେ ପୁଣି ଥରେ ଜଗନ୍ନାଥ ଧାମ ଲେଖାଥିବା ନୂଆ ଫଳକକୁ ଲଗାଇଛନ୍ତି ମମତା । ଚର୍ଚ୍ଚା ହେଉଛି ବିରୋଧ ପରେ ମମତା ମୁଣ୍ଡ ନୁଆଁଇ ହୋର୍ଡିଂ କାଢ଼ି ନେଇଥିବା ଖବର ପ୍ରସାରଣ ପରେ ରାତାରାତି ଏହି ଫଳକୁ ଲଗାଯାଇଛି । ମମତାଙ୍କ ଏଭଳି ଜିଦକୁ ନାପସନ୍ଦ କରିଛନ୍ତି ଧର୍ମଗୁରୁ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ବରାନନ୍ଦ । 

Advertisment

ଓଡ଼ିଶା ଓ ଶ୍ରୀକ୍ଷେତ୍ର ବିରୋଧରେ ମମତା କରିଥିବା ଷଡଯନ୍ତ୍ରକୁ ନେଇ କ୍ଷୁବ୍ଧ କୋଟି କୋଟି ଜଗନ୍ନାଥ ପ୍ରେମୀ । ମମତାଙ୍କ ଏଭଳି କାର୍ଯ୍ୟ ସମସ୍ତଙ୍କ ଭାବାବେଗଙ୍କୁ ଆଘାତ ଦେଇଛି । ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ ଚାରୋଟି ଧାମ ରହିଛି। ସେଥିରୁ ପୁରୀ ଜଗନ୍ନାଥ ଧାମ ଅନ୍ୟତମ । ଅନ୍ୟକୌଣସି ସ୍ଥାନକୁ ଏହି ନାମକରଣ କରଯାଇ ପାରିବ ନାହିଁ । ତେଣୁ ଦୀଘା ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ଧାମ ଲେଖାଯିବାକୁ ବିରୋଧ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ୍ ବୋଲି ସମ୍ବୋଧନ କରାଯିବା ପ୍ରସଙ୍ଗରେ ଦୃଷ୍ଟି ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ମମତାଙ୍କ ଜିଦରେ ଅଟଳ ଥିବାବେଳେ ତାଙ୍କୁ ପୁରୀକୁ ପୁରାଇ ଦିଆଯିବନି ବୋଲି ଧମକ ଦେଇଛନ୍ତି ବିଜେପି ବିଧାୟକ । ଅନ୍ୟପଟେ ମମତାଙ୍କ ଷଡଯନ୍ତ୍ର କାମ କରିବ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। 

ଚଳିତ ମାସ ୧ତାରିଖରେ ଦୀଘା ଜଗନ୍ନାଥ ମନ୍ଦିରର ଉଦ୍ଦଘାଟନ କରିଥିଲେ ମମତା। ଯେଉଁଥିରେ ପୁରୀର କିଛି ସେବାୟତ ଯୋଗ ଦେଇଥିଲେ। ପୁରୀରୁ ଦାରୁ ନେଇ ଜଗନ୍ନାଥଙ୍କ ପ୍ରତିମା ତିଆରି କରି ଦେଇଥିବା ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର କହିଥିଲେ। ଯାହାକୁ ନେଇ ବିବାଦ ଲାଗି ରହିଛି। ତେବେ ତାଙ୍କ ବିରୋଧରେ ଏପର୍ଯ୍ୟନ୍ତ କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।