କନକ ବ୍ୟୁରୋ : ନାଲିଫିତା ତଳେ ପଡ଼ିରହିଛି ବୋରିଗୁମ୍ମା ଏନଏସି ମାନ୍ୟତା । ବିଜେପୁର ପରେ ବୋରିଗୁମ୍ମାକୁ ନେଇ ବଢ଼ିଥିଲା ଆଶା । ନିର୍ବାଚନ ପୁର୍ବରୁ ତତ୍କାଳୀନ ସରକାର ଘୋଷଣା ବି କରିଥିଲେ । ହେଲେ ଏବେ ବଦଳିଗଲେ ସରକାର । ନୂଆ ସରକାର କହିଲେ ତାହା କେବଳ କାଗଜ କଲମରେ । ଏବେ ପ୍ରଶ୍ନ ଉଠୁଛି ବୋରିଗୁମ୍ମାର ଭାଗ୍ୟ ବଦଳିବ କେବେ । ଜୟପୁର ବିଧାୟକ କହିଲେ ମାନ୍ୟତା ନମିଳିଲେ ପୁଣି ହେବ ଆନ୍ଦୋଳନ ।
କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ୧୯୫୧ ମସିହାରୁ ଖୋଲିଲାଣି ବ୍ଳକ ଓ ତହସିଲ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି ଦମକଳ କେନ୍ଦ୍ର, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ତଥା ରାସ୍ତା ଓ ଗୃହ ନିର୍ମାଣ କାର୍ଯ୍ୟାଳୟ ଭଳି ଅନେକ ସରାକରୀ ସଂସ୍ଥା ରହିଛି । ଏନଏସି ପାଇଁ ଆବଶ୍ୟକତା ଥିବା ସବୁ କିଛି ରହିଛି । ନିର୍ବାଚନ ପୁର୍ବରୁ ତତ୍କାଳୀନ ସରକାର ଘୋଷଣା ବି କରିଥିଲେ । ନୂଆ ସରକାର ଆସିବା ପରେ ସେସବୁ ଯେମିତି କାଗଜକଲମରେ ଅଟକିଯାଇଛି ।
ଏନଏସି ମାନ୍ୟତା ପାଇଁ ପୂର୍ବରୁ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ଅନେକ ଥର ଆନ୍ଦୋଳନ ହୋଇଛି । କିନ୍ତୁ ନିର୍ବାଚନ ସରିଗଲା ପରେ ଏହାକୁ ଯେମିତି ସରକାର ଭୁଲିଯାଇଛନ୍ତି । ବୋରିଗୁମ୍ମାକୁ ଏନଏସି ମାନ୍ୟତା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେବା ପାଇଁ ଅଣ୍ଟା ଭିଡିଥିଲା ବିଜେପି । ଏବେ ବିଜେପି ସରକାର ଆସିବା ପରେ ନିଶ୍ଚୟ କାମ ହେବ ବୋଲି କହିଛନ୍ତି ସ୍ଥାନୀୟ ନେତା । ସେପଟେ ଜୟପୁର ବିଧାୟକ ତାରା ବାହିନୀପତି କହିଛନ୍ତି ଦାବି ପୂରଣ ନହେଲେ ବିଧାନସଭାରେ ପୁଣି ଉଠିବ ପ୍ରସଙ୍ଗ ।
ବିକାଶର ଦ୍ୱାହି ଦେଉଥିବା ରାଜନେତା ନିର୍ବାଚନ ପରେ ସତେ ଯେମିତି ଏନଏସି ମାନ୍ୟତା ଦାବିକୁ ଭୁଲିଯାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/12/25/pGm0IChO3LGRJlWRLp2M.jpg)