ହାଇକୋର୍ଟଙ୍କ କଟକଣା ପରେ ବି ମାଞ୍ଜାସୂତା ଉପରେ ଲାଗିପାରୁନି ଅଙ୍କୁଶ, ଗୁଡ଼ି ଉଡ଼ାଇବା ପାଇଁ ଚାଇନିଜ୍ ମାଞ୍ଜାର ରହିଛି ଅଧିକ ଗୁରୁତ୍ୱ

Advertisment

ମାଞ୍ଜାସୂତା ପାଇଁ ଅନେକ ଅଘଟଣ ଘଟୁଥିବାବେଳେ ତଥାପି ଲାଗି ପାରୁନି ଅଙ୍କୁଶ । ବାରମ୍ବାର ବିକ୍ରି ହେଉଛି ମାଞ୍ଜାସୂତା । ଚାଇନିଜ୍ ମାଞ୍ଜାସୂତାର ବି ରହିଛି ଚାହିଦା । ଗୁଡ଼ି ଉଡ଼ାଇବା ପାଇଁ ମାଞ୍ଜାସୂତା ଓ ଚାଇନିଜ୍ ମାଞ୍ଜାର ଅନେକ ଚାହିଦା ରହିଛି । ଅନେକ ଅଘଟଣ ସତ୍ବେ କଟକଣା ବଳବତ୍ତର ହୋଇପାରୁନି । 

ମାଞ୍ଜାସୂତା ପାଇଁ ଅନେକ ଅଘଟଣ ଘଟୁଥିବାବେଳେ ତଥାପି ଲାଗି ପାରୁନି ଅଙ୍କୁଶ । ବାରମ୍ବାର ବିକ୍ରି ହେଉଛି ମାଞ୍ଜାସୂତା । ଚାଇନିଜ୍ ମାଞ୍ଜାସୂତାର ବି ରହିଛି ଚାହିଦା । ଗୁଡ଼ି ଉଡ଼ାଇବା ପାଇଁ ମାଞ୍ଜାସୂତା ଓ ଚାଇନିଜ୍ ମାଞ୍ଜାର ଅନେକ ଚାହିଦା ରହିଛି । ଅନେକ ଅଘଟଣ ସତ୍ବେ କଟକଣା ବଳବତ୍ତର ହୋଇପାରୁନି । 

manja suta

manja suta Photograph: (KanakNews)

କନକ ବ୍ୟୁରୋ :  ମାସକ ପରେ ମକର ସଂକ୍ରାନ୍ତି । ଆଉ ମକରରେ ଗୁଡ଼ି ଉଡ଼ାଇବା ପାଇଁ ଏବେଠାରୁ ଆରମ୍ଭ ହୋଇ ଗଲାଣି ସଜବାଜ । ହେଲେ ମାଞ୍ଜା ସୂତା ବିକ୍ରିକୁ ନେଇ ବଢ଼ିଲାଣି ଚିନ୍ତା । କଟକ ସହରରେ ମାଞ୍ଜାସୂତା ବିକ୍ରି ପାଇଁ ଚଳଚଞ୍ଚଳ ହେଲାଣି ବଜାର । ମାଞ୍ଜାସୂତା ପାଇଁ ଅନେକ ଅଘଟଣ ଘଟୁଥିବାବେଳେ ତଥାପି ଲାଗି ପାରୁନି ଅଙ୍କୁଶ । ବାରମ୍ବାର ବିକ୍ରି ହେଉଛି ମାଞ୍ଜାସୂତା । ଚାଇନିଜ୍ ମାଞ୍ଜାସୂତାର ବି ରହିଛି ଚାହିଦା । ଗୁଡ଼ି ଉଡ଼ାଇବା ପାଇଁ ମାଞ୍ଜାସୂତା ଓ ଚାଇନିଜ୍ ମାଞ୍ଜାର ଅନେକ ଚାହିଦା ରହିଛି । ଅନେକ ଅଘଟଣ ସତ୍ବେ କଟକଣା ବଳବତ୍ତର ହୋଇପାରୁନି । 


ମାଞ୍ଜାସୂତା ନେଉଛି ଜୀବନ

  • କଟକ ସହରରେ ମାଞ୍ଜାସୂତା ଲାଗି ଅନେକ ମୃତ୍ୟୁ
  • ୧୧ ବର୍ଷରେ ୪ ଜଣଙ୍କ ଜୀବନ ନେଇଛି ମାଞ୍ଜାସୂତା
  • ୩୫ ଜଣଙ୍କ ତଣ୍ଟି କାଟି କ୍ଷତାକ୍ତ ହୋଇଛି
  • ୨୦୧୪ରେ ମାଞ୍ଜାସୂତା ଲାଗି ଜଣେ ଆହତ 
  • ୨୦୧୫ରେ ୩ ଆହତ, ଜଣଙ୍କର ମୃତ୍ୟୁ
  • ୨୦୧୬ରେ ଜଣେ ଶିଶୁ ମୃତ, ଜଣେ ଗୁରୁତର
  • ୨୦୧୯ରେ ୨, ୨୦୨୨ରେ ୩ ଆହତ 
  • ୨୦୨୩ରେ ୬ ଆହତ ଓ ଜଣଙ୍କର ମୃତ୍ୟୁ
  • ୨୦୨୪ରେ ୬ ଓ ୨୦୨୫ରେ ୧୨ ଜଣ ଆହତ


ଲାଗି ପାରୁନି ଅଙ୍କୁଶ 

  • ଗୁଡ଼ି ଉଡ଼ାଇବାରେ ମାଞ୍ଜାସୂତା ବ୍ୟବହାର ଘାତକ ସାଜୁଛି
  • ହାଇକୋର୍ଟଙ୍କ ବାରଣ ସତ୍ବେ ଲାଗି ପାରୁନି ମାଞ୍ଜାସୂତାରେ ଅଙ୍କୁଶ
  • ୨୦୧୬ ଜାନୁଆରି ୧୮ରେ ତେଲେଙ୍ଗାପେଣ୍ଠର ଶିଶୁର ହୋଇଥିଲା ମୃତ୍ୟୁ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe