କନକ ବ୍ୟୁରୋ : ପ୍ରବଳ ବର୍ଷା ସତ୍ତ୍ବେ ରାତିସାରା କଂଗ୍ରେସର ଧାରଣା । ରାଜଧାନୀ ରାଜରାସ୍ତାରେ ଶୋଇଲେ ପିସିସି ସଭାପତି ଭକ୍ତଚରଣ ଦାସ ଏବଂ ରାଜ୍ୟ କଂଗ୍ରେସ ପ୍ରଭାରୀ । ବିଳମ୍ବିତ ରାତି ସହ ପ୍ରବଳ ବର୍ଷା ସତ୍ତ୍ବେ ସଂରକ୍ଷଣ ନେଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି କଂଗ୍ରେସ ନେତୃତ୍ୱ । ଜାତିଭିତ୍ତିକ  ଜନଗଣନା, ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବି କରି ଗାନ୍ଧୀ ମାର୍ଗରେ କଂଗ୍ରେସର ୨୪ ଘଣ୍ଟିଆ ଧାରଣା ଜାରି ରହିଛି । ସଂରକ୍ଷଣ ଦାବିକୁ ନେଇ ରାଜଧାନୀରୁ ଗାଁ ପର୍ଯ୍ୟନ୍ତ ଆଗକୁ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ ।