କନକ ବ୍ୟୁରୋ: ଭାରତର ଅପରେସନ ସିନ୍ଦୂରରେ ବଡ଼ କ୍ଷତି ସହିଥିଲେ ବି ମାନୁନାହାନ୍ତି ପାକିସ୍ତାନ ସରକାର ଓ ସେନା । କିନ୍ତୁ ସତ ମାନିଛି ଜୈସ-ଏ-ମହମ୍ମଦ । ଆଉ ଏବେ ଲସ୍କର ଏ ତୋଇବା ବି ସତ ସ୍ୱୀକାର କରିଛି । ସାମ୍ନାକୁ ଆସିଛି ଆତଙ୍କୀ ସଂଗଠନର ଗୋଟିଏ ନୂଆ ଭିଡିଓ  । ଯେଉଁଥିରେ ଜଣେ ଆତଙ୍କୀ ମୁରିଦକେରେ ହୋଇଥିବା କ୍ଷୟକ୍ଷତି କଥା କହୁଛି । କେବଳ ସେତିକି ନୁହେଁ ଏଠାରେ ପୁଣି ଆତଙ୍କୀଙ୍କ ଗଡ଼ ଗଢ଼ାଯାଉଥିବା କହିଛି ଆତଙ୍କୀ । ଲସ୍କର କମାଣ୍ଡର କାସିମ କହିଛି ମୁରିଦକେରେ  ଲସ୍କରର ମୁଖ୍ୟାଳୟ ମର୍କଜ-ଏ-ତୋଏବା ପୁଣି ତିଆରି ହେଉଛି । ଯାହାକୁ ମାଟିରେ ମିଶାଇଥିଲା ଭାରତ । ପୂର୍ବ ଅପେକ୍ଷା ଅଧିକ ବିଶାଳ ଓ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ନିର୍ମାଣ କରାଯାଉଛି । ଏହା ଆତଙ୍କବାଦୀଙ୍କ ନୂଆ କାରଖାନା ହେବ । ସୂଚନା ଅନୁସାରେ ଏଠାରେ ଆତଙ୍କବାଦୀଙ୍କୁ ଦିଆଯାଉଥିଲା ତାଲିମ । ବିପୁଳମାତ୍ରାର ବିସ୍ଫୋରକ ସାମଗ୍ରୀ ରଖାଯାଉଥିଲା । ବିଭିନ୍ନ ସ୍ଥାନରୁ ପ୍ରଲୋଭନ ଦେଖାଇ ଅଣାଯାଉଥିବା କିଶୋର ଓ ଯୁବକଙ୍କୁ ଏଠାରେ ରଖାଯାଉଥିଲା ।

Advertisment

ସବୁଠୁ ବଡ଼ କଥା ହେଉଛି ଆତଙ୍କୀଙ୍କ ଏହି ଘର ଆଉ କେହି ନୁହେଁ ସଜାଡୁଛନ୍ତି ସେହେବାଜ ସରକାର । ଏହା ପାଇଁ ମୋଟା ଅଙ୍କର ଅର୍ଥ ମଧ୍ୟ ଅନୁଦାନ ଆକାରରେ ଦେଇଥିବା ଗୁଇନ୍ଦା ବିଭାଗ ରିପୋର୍ଟରେ ପ୍ରକାଶ ପାଇଛି । ଆଡ୍ଡା ନିର୍ମାଣର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିସାରିଛି ।

ଆତଙ୍କୀଙ୍କ ଘର ସଜାଡ଼ୁଛି ପାକିସ୍ତାନ 
-ଆତଙ୍କୀ ସଂଗଠନକୁ ପାକିସ୍ତାନର ସରକାର ଆର୍ଥିକ ସାହାଯ୍ୟ ଯୋଗାଉଛନ୍ତି
-୧୫ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଦେଇଛନ୍ତି  
-୨୦୨୬ ଫେବ୍ରୁଆରି ୫ରେ ମୁଖ୍ୟାଳୟର ଉଦ୍‌ଘାଟନ କରାଯିବ
-କାଶ୍ମୀର ଏକତା ଦିବସରେ ପୁଣି ମୁଣ୍ଡ ଟେକିବ ଲସ୍କର-ଏ-ତୋଇବା 
-ପୂର୍ବ ପରି ମୁଖ୍ୟାଳୟକୁ ଆତଙ୍କୀ ଗତିବିଧି ପାଇଁ ବ୍ୟବହାର କରାଯିବ
-ଲସ୍କର-ଏ-ତୋଇବାର ଦୁଇ ପ୍ରମୁଖ ଅବୁ ଜାର ଓ ଉଲ୍‌ ମୁଜାହିଦ୍ଦିନକୁ ଦିଆଯାଇଛି 

ଅପରେସନ ସିନ୍ଦୂର ସମୟରେ, ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍‌ ଅଧିକୃତ କାଶ୍ମୀରରେ ନଅଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ପଞ୍ଜାବ ପ୍ରାନ୍ତର ମୁରିଦକେରେ ଥିବା ଲସ୍କର ମୁଖ୍ୟାଳୟ, ମରକଜ ତୋୟବାକୁ ମାଟିରେ ମିଶାଇଥିଲା ଭାରତୀୟ ସେନା । ଏହି ସମୟ ମଧ୍ୟରେ ଶହେରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ।