ବିଧାନସଭାରେ ପାଣି ତାତି ; ଅଧପନ୍ତରିଆ ପାନୀୟ ଜଳ ପ୍ରକଳ୍ପକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

Advertisment

ସରକାର ବଦଳିବା ପରେ ଆଶା ଥିଲା, ପାନୀୟଜଳ ଯୋଗାଣ ସହଜ ହେବ। ହେଲେ ଧିମା ପ୍ରକଳ୍ପ ସରିବାର ନାଁ ଧରୁନି। ଶହ ଶହ କୋଟି ଖର୍ଚ୍ଚ ପରେ ବି କଣ୍ଟ ପରେ କଣ୍ଟ ବଦଳୁଛି ସିନା ଲୋକଙ୍କ ଦୁର୍ଦ୍ଦଶା କମିପାରୁନି।

ସରକାର ବଦଳିବା ପରେ ଆଶା ଥିଲା, ପାନୀୟଜଳ ଯୋଗାଣ ସହଜ ହେବ। ହେଲେ ଧିମା ପ୍ରକଳ୍ପ ସରିବାର ନାଁ ଧରୁନି। ଶହ ଶହ କୋଟି ଖର୍ଚ୍ଚ ପରେ ବି କଣ୍ଟ ପରେ କଣ୍ଟ ବଦଳୁଛି ସିନା ଲୋକଙ୍କ ଦୁର୍ଦ୍ଦଶା କମିପାରୁନି।

କାମ ନସାରିଲେ ଏତଲା

କାମ ନସାରିଲେ ଏତଲା Photograph: (KanakNews )

କନକ ବ୍ୟୁରୋ: ସରକାର ବଦଳିବା ପରେ ଆଶା ଥିଲା, ପାନୀୟଜଳ ଯୋଗାଣ ସହଜ ହେବ। ହେଲେ ଧିମା ପ୍ରକଳ୍ପ ସରିବାର ନାଁ ଧରୁନି। ଶହ ଶହ କୋଟି ଖର୍ଚ୍ଚ ପରେ ବି କଣ୍ଟ ପରେ କଣ୍ଟ ବଦଳୁଛି ସିନା ଲୋକଙ୍କ ଦୁର୍ଦ୍ଦଶା କମିପାରୁନି। ଯାହାକୁ ନେଇ ଆଜି ବିଧାନସଭାରେ ଉଠିଥିଲା ଝଡ଼।

  • କଣ୍ଟ ପରେ ବଢୁଛି କଣ୍ଟ, ହେଲେ ସୁଧୁରୁନି ସଙ୍କଟ
  • ପାଣି ପାଇଁ ଛଟପଟ ସାରା ଓଡ଼ିଶା

୨୦୨୫, ୨୦୨୬ ମାର୍ଚ୍ଚ, ଏବେ ୨୦୨୬ ଡିସେମ୍ବର। ରାଜ୍ୟରେ ଚାଲୁଥିବା ମେଗା ପାନୀୟଜଳ ପ୍ରକଳ୍ପ ଶେଷ ନେଇ ଏମିତି ଡେଡଲାଇନ୍‌ ଦେଉଛନ୍ତି ରାଜ୍ୟ ସରକାର। ପୂର୍ବ ସରକାର ୨୦୨୫କୁ କଣ୍ଟ ଧରିଥିଲେ। ନୂଆ ସରକାରରେ ସେ ତାରିଖ ଘୁଞ୍ଚି ଆସନ୍ତା ବର୍ଷ ଶେଷକୁ ଗଲାଣି। ଗୃହରେ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି, ମାର୍ଚ୍ଚ ସୁଦ୍ଧା ୭୨ ପ୍ରକଳ୍ପ ହେବାର ଥିଲା। ସେଥିରୁ ୫୨ଟି ଶେଷ ହୋଇଥିଲା ବେଳେ ଆସନ୍ତା ଜୁନ୍‌ ସୁଦ୍ଧା ସବୁ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୫ ଶେଷ ସୁଦ୍ଧା ଆଉ ୪୦ଟି ନୂଆ ପ୍ରକଳ୍ପ ସରିବ।  

  • ପାହାଡ଼ ଉପରେ ପହଞ୍ଚିବ ପାଣି
  • ଅବହେଳା କଲେ କାର୍ଯ୍ୟାନୁଷ୍ଠାନ
  • କଳା ତାଲିକାଭୁକ୍ତ ହେବେ ଠିକାଦାର

ରାଜ୍ୟର ପାହାଡ଼ିଆ ଅଞ୍ଚଳରେ ଥିବା ଜନବସତିରେ ପାଣି ପହଞ୍ଚାଇବାକୁ ଯୋଜନା କରିଛନ୍ତି ସରକାର। ଧାର୍ଯ୍ୟ ସମୟରେ କାମ ନ କଲେ ପରିବର୍ତ୍ତନ ହେବେ ଠିକାଦାର। ଅବହେଳା କଲେ ଆବଶ୍ୟକ ସ୍ଥଳେ ସେମାନଙ୍କୁ କଳା ତାଲିକାଭୁକ୍ତ କରାଯିବ। ଏପରିକି ଦରକାର ପଡ଼ିଲେ ସେମାନଙ୍କ ନାଁରେ ଏତଲା ହେବ। ତେବେ ସରକାରଙ୍କ ଏହି ଆଭିମୁଖ୍ୟକୁ ନେଇ ସନ୍ଦେହ କରିଛନ୍ତି ବିରୋଧୀ।

ବିଧାନସଭାରେ ମନ୍ତ୍ରୀଙ୍କ ଚେତାବନୀ ଭିତରେ ଗ୍ରାଉଣ୍ଡଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ୍ ଟିମ୍। ଝାରସୁଗୁଡା ଲଖନପୁର ବ୍ଲକ କୁସମେଲ ଗାଁରେ ପାଣି ଟାଙ୍କି ହୋଇଛି, ଘର ପାଖରେ ଟ୍ୟାପ ଲାଗିଛି, ହେଲେ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନି କି ପାଣି ଆସୁନି। ସେହିପରି କେନ୍ଦ୍ରାପଡ ଚାନ୍ଦୋଳ ଗ୍ରାମ ପଞ୍ଚାୟତ ଓରଗଳା ଗାଁରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ପାଇପରେ ଆସୁନି ପାଣି। ତେବେ ପ୍ରଶ୍ନ ଉଠୁଛି, ଯେଉଁ ପ୍ରକଳ୍ପ କାମ ସରିନି ସେମାନଙ୍କ ବିରୋଧରେ ସିନା ସରକାର ଏତଲା ଦେବେ, ହେଲେ ଯେଉଁଠି କାମ ଶେଷ ହୋଇଛି, କିନ୍ତୁ ପାଣି ଆସୁନି, ସେଠି କାହା ବିରୋଧରେ ଓ କିଏ ଦେବେ ଏତଲା?  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe