କନକ ବ୍ୟୁରୋ : ବଡ଼ କଥା ହେଲା, ଆନ୍ଦୋଳନ ବନ୍ଦ ପାଇଁ ରାଜ୍ୟ ସରକାର ଏସମା ଆଇନକୁ କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏସମା ବଳରେ ଆନ୍ଦୋଳନ ଅପରାଧ ଓ ଦଣ୍ଡନୀୟ । କିନ୍ତୁ ଏହାକୁ ମାନିନାହାନ୍ତି ନର୍ସ ।
ନର୍ସଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏସମା ଆଇନକୁ କଡ଼ାକଡ଼ି ପାଳନ କରିବାକୁ ସବୁ ସିଡ଼ିଏମଓ ଓ ସରକାରୀ ମେଡିକାଲ କଲେଜକୁ ଚିଠି ଲେଖିଥିଲା ନର୍ସିଂ ନିର୍ଦ୍ଦେଶାଳୟ । ଯେଉଁମାନେ ଏସମା ଆଇନକୁ ନମାନିବେ ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ବି ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଅପିଲ କରିସାରିଲେଣି । ତା ସତ୍ତ୍ୱେ ସବୁ ମେଡିକାଲ ଆଗରେ ନର୍ସମାନେ ଆନ୍ଦୋଳନ ଚଳାଇଛନ୍ତି । ତେବେ ନଜର ପକାନ୍ତୁ ଏସମା କଣ? ଏସମା ନମାନିଲେ କଣ ହୋଇପାରେ..
- ଏସମା ଲାଗୁ ହେଲେ ସଂପୃକ୍ତ କର୍ମଚାରୀଙ୍କ ସିସିଆର ଖରାପ ହୋଇଥାଏ
- ହତାଧିକାରୀ ପେନସନରେ ସମସ୍ୟା ଭୋଗିଥାନ୍ତି
ତେବେ ଆନ୍ଦୋଳନରତ ନର୍ସମାନେ ଅଧିକାଂଶ କ୍ଷେତ୍ରରେ ଠିକା କର୍ମଚାରୀ ହୋଇଥିବାରୁ ଏସମାର ପ୍ରଭାବ ପଡିନପାରେ ବୋଲି କୁହାଯାଉଛି ।
ଏବେ ଆସନ୍ତୁ ଜାଣିବା ଏସମା କ’ଣ
-ଅତ୍ୟାବଶ୍ୟକ ସେବା ଚାଲୁ ରଖିବା ଆଇନ ହେଉଛି ‘ଏସମା’
-ଏସମା ଲାଗୁ ହେଲେ ଆନ୍ଦୋଳନ ଅବୈଧ ଓ ଦଣ୍ଡନୀୟ
-କୌଣସି ବି କର୍ମଚାରୀଙ୍କୁ ବିନା ନୋଟିସରେ ଗିରଫ କରଯାଇପାରିବ
-ସର୍ବାଧିକ ୬ ମାସ ପାଇଁ ଏସମା ଲାଗୁ ହୋଇପାରିବ
-ଗିରଫ ପରେ ବି ଜେଲଦଣ୍ଡ ହୋଇପାରେ
ଏବେ ଦୁଇଦିନ ହେଲା ନର୍ସଙ୍କ ଆନ୍ଦୋଳନ ଚାଲିଛି । ସରକାରଙ୍କ ପରବର୍ତ୍ତୀ ପଦେକ୍ଷପକୁ ଅପେକ୍ଷା କରାଯାଇଛି । ଏସମାକୁ ଖାତିର ନ କରି ଆନ୍ଦୋଳନ ଜାରି ରଖିଛନ୍ତି ନର୍ସିଂ କର୍ମଚାରୀ । ରାଜ୍ୟ ସରକାରଙ୍କ ଅପିଲର କୌଣସି ପ୍ରଭାବ ପଡ଼ିନାହିଁ ।