କନକ ବ୍ୟୁରୋ: ୨୦୨୪ ନିର୍ବାଚନରେ ରାଜ୍ୟରେ ଆମ୍ନା ସାମ୍ନା ହୋଇ ଲଢିଲେ ବିଜେଡି-ବିଜେପି । ହାରିବା ପରେ କାହିଁକି ବିଜେଡିର ଏନଡିଏ ପ୍ରିତି ? ଏ କଥା ଚର୍ଚା ହେଉଛି, ବାବୁ ମାର୍କା ନେତାଙ୍କ ପାଇଁ ଅକଳରେ ପଡି ଏନଡିଏ ଆଡକୁ ଢଳୁଛି ବିଜେଡି ।
- ବାବୁଙ୍କ ପାଇଁ ନଇଁଲେ ନବୀନ !
- ଅକଳରେ ବିଜେଡି ନେତା
- ଆତ୍ଣରକ୍ଷା ନା ଆତ୍ମସର୍ମପଣ
କିଛି ବାଧ୍ୟବାଧକତା ନଥିଲା, ମେଣ୍ଟ ଚର୍ଚ୍ଚା ଭାଙ୍ଗିଯାଇଛି,ସଂପର୍କ ମଧ୍ୟ ତୁଟିଯାଇଛି, ହେଲେ କାହିଁକି ବିଜେଡିର ଏନଡିଏ ପ୍ରିତି? କାହିଁକି ରାଜନୀତିର ଗୋଲକ ଧନ୍ଦାରେ ଫସିଲା ବିଜେଡି? ଏଭଳି ପୁଳା ପୁଳା ପ୍ରଶ୍ନ ରାଜ୍ୟ ରାଜନୀତିକୁ ସରଗରମ କରିଛି । କାରଣ ଦିଲ୍ଲୀରେ ବିଜେଡିରେ ସ୍ୱର ଧୀରେ ଧୀରେ ନରମୁଛି ।
ରାଜ୍ୟସଭା ଉପାଧ୍ୟକ୍ଷ ଜଗଦୀପ ଧନକଡଙ୍କ ବିରୋଧରେ ଅନାସ୍ଥା କଥା ହେଉ କିମ୍ୱା ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କଥାରେ ବିଜେଡି ସ୍ପଷ୍ପ ଆଭିମୁଖ୍ୟ ରଖିନଥିଲେ ମଧ୍ୟ ଏନଡିଏ ଆଡକୁ ଢଳିଛି । ଯାହାକି ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି ।
- ବାବୁଙ୍କ ପାଇଁ ନଇଁଛନ୍ତି ନବୀନ
- ପାଣ୍ଡିଆନ ଆଣ୍ଡ କୋ ମୁଣ୍ଡରେ ସିବିଆଇ ଭଳି ତଦନ୍ତକାରୀ ସଂସ୍ଥାର ଖଣ୍ଡା ଝୁଲୁଛି
- ନେତା ସ୍ୱଚ୍ଛ ଥିଲେ ବି ନେତା ମାର୍କା ବାବୁଙ୍କ ପାଇଁ ଅକଳରେ ପଡିଛି ବିଜେଡି
ନିର୍ବାଚନ ହାରିବା ପରେ ବିଜେଡି ସ୍ପଷ୍ଟ ରଣନୀତି ରଖିପାରୁନି । କେନ୍ଦ୍ର ସହ ରହିବ ନା ପୂର୍ବଭଳି କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ରାଜନୈତିକ ଗୋଟି ଚାଳନା କରିବ ବିଜେଡି । ହେଲେ ବଡ ଦ୍ୱନ୍ଦରେ ଦଳ । ରାଜ୍ୟରେ ବିଜେପିକୁ ଆଟାକ କରୁଥିବା ବେଳେ କେନ୍ଦ୍ରରେ ସେଭଳି ଆଗ୍ରେସିଭ ମୁଡ ଦେଖିବାକୁ ମିଳୁନି । ଏପଟେ ବିଜେଡି ନେତା କହିଛନ୍ତି, ଓଡିଶା ସ୍ୱାର୍ଥ ବିଜେଡି ପାଇଁ ପ୍ରାଥମିକତା ।
ତେବେ ଆତ୍ମରକ୍ଷା ପାଇଁ ଆତ୍ମସର୍ମପଣ କରିଛି କି ବିଜେଡି ? ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି, ତେଣୁ ସୁପ୍ରିମୋଙ୍କ ସ୍ପଷ୍ଚ ଆଭିମୁଖ୍ୟ ଅପେକ୍ଷାରେ ରହିଛନ୍ତି ବିଜେଡି ନେତା କର୍ମୀ ।