ରାଜ୍ୟ ବିହନକୁ ପାଉନି ଭରସା, ଓଡ଼ିଶା ଚାଷୀଙ୍କ ପସନ୍ଦ ‘ଆନ୍ଧ୍ର’ ବିହନ

Advertisment

ଚାଷୀ କିଣୁନାହାନ୍ତି ସରକାରୀ ବିହନ । ଚଢ଼ା ଦରରେ ଆନ୍ଧ୍ର ବ୍ୟବସାୟୀଙ୍କଠାରୁ ବିହନ କିଣୁଛନ୍ତି ଓଡ଼ିଶା ଚାଷୀ । ଭଲ ଅମଳ ହେଉଥିବାରୁ ପାଲଟିଛି ପସନ୍ଦ । ଗଜପତି ଜିଲ୍ଲାର ବିହନ ନିଗମରେ ମହଜୁଦ ଅଛି ୫ କ୍ୱିଣ୍ଟାଲରୁ ଅଧିକ ବିହନ ।

ଚାଷୀ କିଣୁନାହାନ୍ତି ସରକାରୀ ବିହନ । ଚଢ଼ା ଦରରେ ଆନ୍ଧ୍ର ବ୍ୟବସାୟୀଙ୍କଠାରୁ ବିହନ କିଣୁଛନ୍ତି ଓଡ଼ିଶା ଚାଷୀ । ଭଲ ଅମଳ ହେଉଥିବାରୁ ପାଲଟିଛି ପସନ୍ଦ । ଗଜପତି ଜିଲ୍ଲାର ବିହନ ନିଗମରେ ମହଜୁଦ ଅଛି ୫ କ୍ୱିଣ୍ଟାଲରୁ ଅଧିକ ବିହନ ।

24-seed

କନକ ବ୍ୟୁରୋ: ଗଜପତି ଜିଲ୍ଲାରେ ଓଡ଼ିଶା ଚାଷୀଙ୍କ ଭରସା ପାଲଟିଛି ଆନ୍ଧ୍ର ବିହନ । ଜିଲ୍ଲାର ବିହନ ନିଗମରେ ୨୦ କିସମର ୫ କ୍ବିଣ୍ଟାଲରୁ ଅଧିକ ବିହନ ମହଜୁଦ ଥିବା ପରେ ବି ଗଜପତି ଚାଷୀ ଓଡ଼ିଶା ବିହନ କିଣୁ ନାହାନ୍ତି । ଚଢ଼ା ଦରରେ କଳାବଜାରୀ କରୁଥିବା ବ୍ୟବସାୟୀଙ୍କଠାରୁ ଆନ୍ଧ୍ର ବିହନ କିଣୁଛନ୍ତି । 

ଗଜପତି ଜିଲ୍ଲାର ସମସ୍ତ ବ୍ଳକ, ଲ୍ୟାମ୍ପ୍‌ ଓ ଡିଲରଙ୍କ ପାଖରେ ଆବଶ୍ୟକ ପରିମାଣର ଧାନ ବିହନ ମହଜୁଦ ଅଛି । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିହନ ଉପରେ ଭରସା କରୁନାହାନ୍ତି ଚାଷୀ । ଚାଷୀଙ୍କ ମତରେ, ଓଡ଼ିଶା ବିହନ ତୁଳନାରେ ପଡ଼ୋଶୀ ବିହନ ଉନ୍ନତମାନର । ଆନ୍ଧ୍ର ବିହନ ବ୍ୟବହାର କଲେ ଭଲ ଅମଳ ହୁଏ । ତେଣୁ ଦାମ୍‌ ଅଧିକ ହେଲେ ମଧ୍ୟ ଆନ୍ଧ୍ର ବିହନ ବ୍ୟବହାର କରୁଛନ୍ତି ଗଜପତି ଅଞ୍ଚଳର ଚାଷୀ । ଅନ୍ୟପଟେ ଚାଷୀ ନେତା ସୂର୍ଯ୍ୟ ନାରାୟଣ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାରେ ମଧ୍ୟ ବିଭିନ୍ନ କିସମର ବିହନ ମହଜୁଦ ଅଛି। କେବଳ ସୁନ୍ଦର ପ୍ୟାକେଟ୍‌ ଓ ସଫା ବିହନ ଦେଖି ଚାଷୀ ଆକୃଷ୍ଟ ହେଉଛନ୍ତି।
 
ଏ ସମ୍ପର୍କରେ ସେହି ସମାନ ମତ ରଖିଛନ୍ତି ଜିଲ୍ଲା କୃଷି ଅଧିକାରୀ । କହିଛନ୍ତି ସବୁ ବିହନର ପରୀକ୍ଷଣ ପ୍ରଣାଳୀ ଗୋଟିଏ ପ୍ରକାରର । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିହନରେ ଆବଶ୍ୟକୀୟ ଗୁଣବତ୍ତା ରହିଛି । ଗଜପତି ଜିଲ୍ଲାରେ ଆନ୍ଧ୍ର ବିହନ କେବଳ ଚଳିତ ବର୍ଷ ନୁହେଁ ବେଶ୍‌ କିଛି ବର୍ଷ ହେଲାଣି ବିକ୍ରି ହେଉଛି । ଏଥିପାଇଁ ପ୍ରକୃତରେ ଦାୟୀ କିଏ? ବିହନର ମାନ ନା ସଚେତନତାର ଅଭାବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe