କନକ ବ୍ୟୁରୋ: ଗଜପତି ଜିଲ୍ଲାରେ ଓଡ଼ିଶା ଚାଷୀଙ୍କ ଭରସା ପାଲଟିଛି ଆନ୍ଧ୍ର ବିହନ । ଜିଲ୍ଲାର ବିହନ ନିଗମରେ ୨୦ କିସମର ୫ କ୍ବିଣ୍ଟାଲରୁ ଅଧିକ ବିହନ ମହଜୁଦ ଥିବା ପରେ ବି ଗଜପତି ଚାଷୀ ଓଡ଼ିଶା ବିହନ କିଣୁ ନାହାନ୍ତି । ଚଢ଼ା ଦରରେ କଳାବଜାରୀ କରୁଥିବା ବ୍ୟବସାୟୀଙ୍କଠାରୁ ଆନ୍ଧ୍ର ବିହନ କିଣୁଛନ୍ତି ।
ଗଜପତି ଜିଲ୍ଲାର ସମସ୍ତ ବ୍ଳକ, ଲ୍ୟାମ୍ପ୍ ଓ ଡିଲରଙ୍କ ପାଖରେ ଆବଶ୍ୟକ ପରିମାଣର ଧାନ ବିହନ ମହଜୁଦ ଅଛି । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିହନ ଉପରେ ଭରସା କରୁନାହାନ୍ତି ଚାଷୀ । ଚାଷୀଙ୍କ ମତରେ, ଓଡ଼ିଶା ବିହନ ତୁଳନାରେ ପଡ଼ୋଶୀ ବିହନ ଉନ୍ନତମାନର । ଆନ୍ଧ୍ର ବିହନ ବ୍ୟବହାର କଲେ ଭଲ ଅମଳ ହୁଏ । ତେଣୁ ଦାମ୍ ଅଧିକ ହେଲେ ମଧ୍ୟ ଆନ୍ଧ୍ର ବିହନ ବ୍ୟବହାର କରୁଛନ୍ତି ଗଜପତି ଅଞ୍ଚଳର ଚାଷୀ । ଅନ୍ୟପଟେ ଚାଷୀ ନେତା ସୂର୍ଯ୍ୟ ନାରାୟଣ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାରେ ମଧ୍ୟ ବିଭିନ୍ନ କିସମର ବିହନ ମହଜୁଦ ଅଛି। କେବଳ ସୁନ୍ଦର ପ୍ୟାକେଟ୍ ଓ ସଫା ବିହନ ଦେଖି ଚାଷୀ ଆକୃଷ୍ଟ ହେଉଛନ୍ତି।
ଏ ସମ୍ପର୍କରେ ସେହି ସମାନ ମତ ରଖିଛନ୍ତି ଜିଲ୍ଲା କୃଷି ଅଧିକାରୀ । କହିଛନ୍ତି ସବୁ ବିହନର ପରୀକ୍ଷଣ ପ୍ରଣାଳୀ ଗୋଟିଏ ପ୍ରକାରର । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିହନରେ ଆବଶ୍ୟକୀୟ ଗୁଣବତ୍ତା ରହିଛି । ଗଜପତି ଜିଲ୍ଲାରେ ଆନ୍ଧ୍ର ବିହନ କେବଳ ଚଳିତ ବର୍ଷ ନୁହେଁ ବେଶ୍ କିଛି ବର୍ଷ ହେଲାଣି ବିକ୍ରି ହେଉଛି । ଏଥିପାଇଁ ପ୍ରକୃତରେ ଦାୟୀ କିଏ? ବିହନର ମାନ ନା ସଚେତନତାର ଅଭାବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/06/04/LOeKKTXkUyF67KXfFf2d.jpg)