ଖଣି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଉପବାଚସ୍ପତିଙ୍କ ଚିଠି: ରାଜ୍ୟ ସରକାରଙ୍କ ସାମ୍ନାରେ ରଖିଲେ ଖଣିଚୋରିର ସତ

Advertisment

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାନସଭା ଉପବାଚସ୍ପତି ଭବାନୀ ଭୋଇ । ସୁନ୍ଦରଗଡରେ ଯାହା ଚାଲିଛି ତାହା ସ୍ପଷ୍ଟ କରିଦେଲେ ଉପବାଚସ୍ପତି । ରାଜ୍ୟ ସରକାରଙ୍କ ସମ୍ମୁଖରେ ସମସ୍ତ ସତ ରଖିଲେ ଭବାନୀ ଭୋଇ ।

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାନସଭା ଉପବାଚସ୍ପତି ଭବାନୀ ଭୋଇ । ସୁନ୍ଦରଗଡରେ ଯାହା ଚାଲିଛି ତାହା ସ୍ପଷ୍ଟ କରିଦେଲେ ଉପବାଚସ୍ପତି । ରାଜ୍ୟ ସରକାରଙ୍କ ସମ୍ମୁଖରେ ସମସ୍ତ ସତ ରଖିଲେ ଭବାନୀ ଭୋଇ ।

WDW

DWDW Photograph: (KANAK NEWS)

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାନସଭା ଉପବାଚସ୍ପତି ଭବାନୀ ଭୋଇ । ସୁନ୍ଦରଗଡରେ ଯାହା ଚାଲିଛି ତାହା ସ୍ପଷ୍ଟ କରିଦେଲେ ଉପବାଚସ୍ପତି । ରାଜ୍ୟ ସରକାରଙ୍କ ସମ୍ମୁଖରେ ସମସ୍ତ ସତ ରଖିଲେ ଭବାନୀ ଭୋଇ । ଖଣି ଚୋରି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କଲେ ଅବଗତ । ହେମଗିରିରେ କୋଇଲା ଓ ବଣାଇରେ ଆଇରନ, ମାଙ୍ଗାନିଜ ଖୁଲମଖୁଲା ଚୋରି ହେଉଥିବା କହିଛନ୍ତି । ଏଥରେ ଜିଲ୍ଲା ପ୍ରଶାସନର ବଡ଼ ବଡ଼ ଅଧିକାରୀ, ଜଙ୍ଗଲ ବିଭାଗର ଅଧିକାରୀ, ଖଣି ବିଭାଗର ଅଧିକାରୀ ସିଧାସଳଖ ସମ୍ପୃକ୍ତ ଥିବା ଦର୍ଶାଇଛନ୍ତି ।

ବେଆଇନ ଖଣି ଖନନ ଓ କୋଇଲା ଉତ୍ତୋଳନ କରୁଛନ୍ତି ମାଫିଆ । ଅତିଶୀଘ୍ର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କଲେ ନିବେଦନ । ମାଫିଆ ଓ ତାଙ୍କୁ ସହଯୋଗ କରୁଥିବା କର୍ମଚାରୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଜାଣିଛନ୍ତି । ଅବୈଧ ଖଣିକୁ ବନ୍ଦ କରିବା ପାଇଁ ଟାକ୍ସ ଫୋର୍ସ ଗଠନ ପାଇଁ ଦାବି କରିଛନ୍ତି । ଏହା ସହ ରାଜ୍ୟର ସମସ୍ତ ବୋର୍ଡର ଅଞ୍ଚଳରେ ଜୋରଦାର ଚେକିଂ ପାଇଁ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe