ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ ଗିରଫ ; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ କଲା ଗିରଫ

Advertisment

ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ ଗିରଫ ; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ କଲା ଗିରଫ । ୨ ଟି ମାର୍କେଟ କମ୍ପେ୍ଲକ୍ସ, ୧୧ଟି ପ୍ଲଟ, ୫୩ ଲକ୍ଷର ବ୍ୟାଙ୍କ ଜମା ଠାବ । ୧ କୋଟି ୩୦ ଲକ୍ଷର ରହିଛି ଫ୍ଲାଟ ।

ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ ଗିରଫ ; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ କଲା ଗିରଫ । ୨ ଟି ମାର୍କେଟ କମ୍ପେ୍ଲକ୍ସ, ୧୧ଟି ପ୍ଲଟ, ୫୩ ଲକ୍ଷର ବ୍ୟାଙ୍କ ଜମା ଠାବ । ୧ କୋଟି ୩୦ ଲକ୍ଷର ରହିଛି ଫ୍ଲାଟ ।

arrest

କନକ ବ୍ୟୁରୋ: ଗିରଫ ହେଲେ ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ଆୟଠୁ ଅଧିକ ଠୁଳ ସମ୍ପତ୍ତି ଠୁଳ ଅଭିଯୋଗରେ ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ। ପଚରା ଉଚରା ବେଳେ ସମ୍ପତ୍ତିକୁ ନେଇ ହିସାବ ଦେବାକୁ ଅସମର୍ଥ ହୋଇଥିଲେ ଉପ-ନିର୍ଦ୍ଦେଶକ ଧରଣୀଧର ନାୟକ। ଯାହାକୁ ନେଇ ତାଙ୍କୁ ଗିରଫ କରାଯାଇଛି। 

ସୋମବାର ଧରଣୀଧର ନାୟକଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ। ଏକକାଳୀନ ୮ଟି ସ୍ଥାନରେ ଚଢାଉ କରାଯାଇଥିଲା। ଭୁବନେଶ୍ୱର ପଟିଆ ସ୍ଥିତ ଫ୍ଲାଟ, କେନ୍ଦୁଝର ତେଲକୋଇରେ ଥିବା ଦୁଇ ମହଲା ମାର୍କେଟ୍ କମ୍ପ୍ଲେକ୍ସ ଓ ଏକ ନିର୍ମାଣାଧୀନ ମାର୍କେଟ୍ କମ୍ପ୍ଲେକ୍ସରେ ରେଡ୍ କରିଥିଲା ଭିଜିଲାନ୍ସ। ଫ୍ଲାଟର ଦାମ ୧ କୋଟି ୩୦ ଲକ୍ଷ ରହିଛି। ସେହିପରି ତେଲକୋଇରେ ଥିବା ଘର, ଚମ୍ପୁଆରେ ଥିବା ପୈତୃକ ଘର, ଅନୁଗୁଳରେ ଥିବା ଘରେ ରେଡ୍ କରାଯାଇଥିଲା। ଚଢ଼ାଉରେ ଧରଣୀଧର ନାୟକଙ୍କ ବିପୁଳ ସମ୍ପତ୍ତି ଥିବା ଜଣା ପଡିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe