କନକ ବ୍ୟୁରୋ : କର୍ମ କ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ନେଇ ଲୋକସେବା କର୍ମଚାରୀଙ୍କ ପାଇଁ କର୍ମଶାଳା । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ହେଲା ପ୍ରଥମ କର୍ମଶାଳା । କେମିତି ରୋକି ହେବ ଯୌନ ନିର୍ଯାତନା, ଲୋକସେବା ଭବନ ବୈଠକରେ ସାମିଲ ହେଲେ ପୁରୁଷ ଓ ମହିଳା କର୍ମଚାରୀ । ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉଦ୍‌ବୋଧନ । କହିଲେ , ଝିଅ ପୁଅଙ୍କ ଭିତରେ ତାରତମ୍ୟ ରଖନ୍ତୁ ନାହିଁ । କେହି ପାତର ଅନ୍ତର କରନ୍ତୁ ନାହିଁ । କର୍ମ ସ୍ଥଳରେ ନିରାପତ୍ତାକୁ ସରକାର ପ୍ରାଥମିକତା ଦେଉଛନ୍ତି । କେତେ ପରିଶ୍ରମ କରି ଏହି ଜାଗାକୁ ଆସିଛନ୍ତି । ଯଦି କେହି ମନ୍ଦ ଉଦ୍ଦେଶ୍ୟରେ ସ୍ପର୍ଶ କରୁଛନ୍ତି, ତାହାଲେ ତୁରନ୍ତ ବିରୋଧ କରନ୍ତୁ । 

Advertisment

ସେ ଆହୁରି ମଧ୍ୟ କହିଛନ୍ତି , ମା ’ ଶିକ୍ଷିତ ହେଲେ ପରିବାର ଶିକ୍ଷିତ ହୁଏ । ଯୌନ ନିର୍ଯାତନା ନେଇ ପୁଅଙ୍କର ବି ଚିଠି ଆସିଛି, ସେମାନେ ନିର୍ଯାତନାର ଶିକାର ହୋଇଛନ୍ତି । କୌଣସି ଅଭିଯୋଗ ଭୁଲ୍‌ ପ୍ରମାଣିତ ହେଲେ ସମାଜରେ ସେମାନେ ସମ୍ମାନ ହରାଉଛନ୍ତି । ଅଜଥାରେ ଭୁଲ୍‌ ଅଭିଯୋଗ କରନ୍ତୁ ନାହିଁ ।  ପ୍ରଥମେ ନିଜକୁ ଶିକ୍ଷିତ କରିବା ଏବଂ କର୍ମ କ୍ଷେତ୍ରକୁ ନିରାପତ୍ତା କରିବା ।