କନକ ବ୍ୟୁରୋ: ପର୍ୟ୍ୟଟନ ବିକାଶକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍। ନାଁ ନନେଇ ପାଣ୍ଡିଆନ୍ଙ୍କ ଉପରେ ବର୍ଷିଲେ ପ୍ରଭାତୀ ପରିଡ଼ା। କହିଲେ ବ୍ୟକ୍ତି କୈନ୍ଦ୍ରିକ ଭାବେ ଖର୍ଚ୍ଚ ହେଉଥିଲା ପର୍ୟ୍ୟଟନ ଟଙ୍କା। ଜଣେ ବ୍ୟକ୍ତିର ପ୍ରଚାର ପ୍ରସାର ପାଇଁ ଟଙ୍କା ଖର୍ଚ୍ଚ ହେଉଥିଲା। ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ବଢାଇବା ପାଇଁ ପର୍ୟ୍ୟଟନର ସମସ୍ତ ପଇସା ବଣ୍ଟା ଯାଉଥିଲା। କିନ୍ତୁ ଆମ ସରକାରରେ ନିର୍ଦ୍ଦିଷ୍ଟ ବ୍ୟକ୍ତିର ପ୍ରଚାର ପ୍ରସାର ହେବାର ନାହିଁ କି କରିବୁ ନାହିଁ। ପୂର୍ବ ସରକାରରେ ଶାଗ ମାଛ ଦରରେ ପର୍ୟ୍ୟଟନର ବହୁ ସ୍ଥାନକୁ ଦଳୀୟ କର୍ମୀଙ୍କୁ ଦେଇ ଦେଇଛନ୍ତି। କାହାକୁ ୪୦ ବର୍ଷ, କାହାକୁ ୮୦ ବର୍ଷ ଦିଆଯାଇଛି। ଲିଗାଲ ଅସୁବିଧା ଆସିକି ପହଞ୍ଚିଛି କିନ୍ତୁ ତଥାପି ଏବେ ବି ପ୍ରାଇମ ଲୋକେସନରେ ଥିବା ସାଇଟ୍କୁ ଆହୁରି ନିବେଶକମାନଙ୍କୁ ଦିଆଯିବ ବୋଲି ପ୍ରଭାତୀ ପରିଡା କହିଛନ୍ତି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ କାଉଣ୍ଟର ଜବାବ ରଖିଲେ ବିଜେଡି ବିଧାୟକ ସାରଦା ଜେନା। ପର୍ୟ୍ୟଟନ କ୍ଷେତ୍ରରେ ଯାହା ବିକାଶ ହୋଇଛି ବିଜେଡି ସରକାର ସମୟରେ ହୋଇଛି। ବର୍ତ୍ତମାନ ସରକାର ବଦଳିବା ପରେ ଯେଉଁ କାର୍ୟ୍ୟ କରିପାରୁ ନାହାନ୍ତି ପୂର୍ବ ସରକାରକୁ ଦୋଷ ଦେଉଛନ୍ତି। ଏବେ ସରକାର ତାଙ୍କର ବ୍ୟବସ୍ଥା ତାଙ୍କର। କିନ୍ତୁ ଏ ସରକାର ଯେଉଁଠି ଯାହା କରି ପାରୁନାହାଁନ୍ତି ରାଜନୈତିକ ଅଭିସନ୍ଧି ରଖି ବୟାନବାଜି କରୁଛନ୍ତି ବୋଲି ବିଜେଡି ବିଧାୟକ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2025/03/01/6dAgKieZwbZKhw0a3sSN.jpg)