ବିଜେଡିକୁ ପ୍ରଭାତୀଙ୍କ ଟାର୍ଗେଟ: କହିଲେ, ମିଶନ ଶକ୍ତି କଲ୍ ସେଣ୍ଟରରୁ ବିଜେଡିକୁ ଭୋଟ ଦେବା ପାଇଁ ଆସୁଥିଲା କଲ୍

Advertisment

ବିଧାନସଭାରେ ବିଜେଡକୁ ଟାର୍ଗେଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସବୁ ଅନିୟମିତତାର ତଦନ୍ତ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ବିଧାନସଭାରେ ବିଜେଡକୁ ଟାର୍ଗେଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସବୁ ଅନିୟମିତତାର ତଦନ୍ତ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Pravati Parida

କନକ ବ୍ୟୁରୋ : ବିଧାନସଭାରେ ବିଜେଡକୁ ଟାର୍ଗେଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସବୁ ଅନିୟମିତତାର ତଦନ୍ତ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି କଲ ସେଣ୍ଟରରୁ ବିଜେଡିକୁ ଭୋଟ ଦେବା ପାଇଁ କଲ ଆସୁଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ମଶିନ ଶକ୍ତି ମହିଳାଙ୍କୁ ସବୁଜ ଶାଢ଼ୀ ପିନ୍ଧାଇ କଲ ସେଣ୍ଟରରୁ କିଏ ଶଙ୍ଖ ଚିହ୍ନରେ ଭୋଟ ମାଗିବାକୁ କିଏ କହିଥିଲା ତାହାର ବି ତଦନ୍ତ ହେବ।

ସେହିପରି ଅଙ୍ଗନବାଡ଼ି ଛତୁଆ ଦୁର୍ନୀତିର ତଦନ୍ତ ପାଇଁ ଟାକ୍ସଫୋର୍ସ ଗଠନ କରାଯିବ। ନିମ୍ନମାନର ଛତୁଆ ଯୋଗାଣ ପଛରେ କିଏ ରହିଛି ତାର ତଦନ୍ତ ହେବ। ପର୍ଯ୍ୟଟନ ବିଭାଗରୁ ମଠ ମନ୍ଦିରକୁ ଟଙ୍କା ବାଣ୍ଟିବାର ତଦନ୍ତ ମଧ୍ୟ କରିବ ଟ୍ୟାକ୍ସ ଫୋର୍ସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe