କନକ ବ୍ୟୁରୋ: ମହିଳାଙ୍କ ଖାତାକୁ ଆସିଲା ସୁଭଦ୍ରା ଟଙ୍କା । ବାରିପଦା ସମାବେଶରୁ ମହିଳାଙ୍କୁ ସୁଭଦ୍ରା ଟଙ୍କା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଦ୍ୱିତୀୟ ପର୍ୟ୍ୟାୟ ଟଙ୍କା ପ୍ରଦାନ କରାଯାଇଛି । ଏହାପରେ ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା ଆସିଛି । କହିଛନ୍ତି କାହାର ବି ଆବେଦନ ରଦ୍ଦ ହେବନି । ସବୁ ଯୋଗ୍ୟ ହିତାଧୀକାରୀଙ୍କୁ ମିଳିବ ଟଙ୍କା । ଯୋଗ୍ୟ ହିତାଧୀକାରୀ ଚିହ୍ନଟ ପାଇଁ ଘର ଘର ବୁଲି ହେବ ପରିଦର୍ଶନ । ମହିଳାଙ୍କୁ ସଶକ୍ତ କରିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । 

Advertisment

ମୋଟ ୧୭ଶହ ୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ବାରିପଦା ଛଉ ପଡିଆରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, 'ଆମ ସରକାର ଯାହା ପ୍ରତିଶ୍ରୁତି ଦିଏ, ତାହାକୁ ପୂରଣ କରେ । ସୁଭଦ୍ରା ଯୋଜନା ଓଡ଼ିଶାର ସର୍ବବୃହତ୍ତ ଯୋଜନା । ଡବଲ ଇଞ୍ଜିନ୍ ସରକାରକୁ ରାଜ୍ୟବାସୀ ସଫଳ କରାଇପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଦୁଇଟି ପର୍ଯ୍ୟାୟରେ ବର୍ତ୍ତମାନ ସୁଦ୍ଧା ୩ହଜାର କୋଟି ଟଙ୍କା ସହାୟତା ଦିଆଗଲାଣି । ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ ୧ କୋଟିରୁ ଅଧିକ ମହିଳା ପଞ୍ଜିକରଣ କରିସାରିଛନ୍ତି । ତେବେ ଯେଉଁମାନେ ଏହି ପର୍ଯ୍ୟାୟରେ ସାମିଲ ହେବେ ନାହିଁ ସେମାନଙ୍କୁ ନିରାଶ ନହେବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।