ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ, ଦେବୀ ସୁଭଦ୍ରାଙ୍କ ଦର୍ଶନ କଲେ । ପୁରୀ ଯାଇ ଦେବୀ ସୁଭଦ୍ରାଙ୍କ ଦର୍ଶନ କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

Advertisment

ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ଦେବୀ ସୁଭ୍ରଦ୍ରାଙ୍କ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ। ଭୁବନେଶ୍ବରରେ ଯୋଜନାର ଶୁଭାରମ୍ଭ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ଦେବୀ ସୁଭ୍ରଦ୍ରାଙ୍କ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ। ଭୁବନେଶ୍ବରରେ ଯୋଜନାର ଶୁଭାରମ୍ଭ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

subhadra darsan

କନକ ବ୍ୟୁରୋ: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ଦେବୀ ସୁଭ୍ରଦ୍ରାଙ୍କ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ। ଭୁବନେଶ୍ବରରେ ଯୋଜନାର ଶୁଭାରମ୍ଭ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମା ସୁଭଦ୍ରାଙ୍କ ଆଶୀର୍ବାଦ ନେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ସୁଭଦ୍ରା ଯୋଜନା ଭଲ ଲାଗି ପ୍ରାର୍ଥନା କରିଛନ୍ତି।  ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏକ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାର ଅଛି । ଓଡିଶାର ମହିଳା ସମାଜର ବିକାଶ ହେବ । ମା ସମସ୍ତଙ୍କୁ ଧର୍ଯ୍ୟ ସାହସ ଓ ଶକ୍ତି ଦିଅନ୍ତୁ ଏହା ହିଁ ପ୍ରାର୍ଥନା କରିଛି । ଆକାଉଣ୍ଟ ଅସୁବିଧା ଯୋଗୁ ୯୭ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇପାରି ନାହିଁ। ବାକି ୨୪ଲକ୍ଷ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି । ସୁଭଦ୍ରା ଯୋଜନା ସମସ୍ତଙ୍କୁ ମିଳିବ କେହି ବ୍ୟସ୍ତ ହୁଅନ୍ତୁ ନାହିଁ ଧର୍ଯ୍ୟ ଧରନ୍ତୁ ବୋଲି କହିଛନ୍ତି ପ୍ରଭାତୀ ପରିଡା । ସେପଟେ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଆଜି ନୀଳଚକ୍ରରେ ହଳଦିଆ ବାନା ବନ୍ଧାଯାଇଛି। ସେପଟେ ବିଜେପି ସରକାର ଶହେ ଦିନ ପୂରଣ କରିବାକୁ ଯାଉଛନ୍ତି। ୧୯ ତାରିଖରେ ପୁରୀ ଶରଧାବାଲିରେ ଏହି ଉତ୍ସବ ଧୁମଧାମରେ ପାଳିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସବୁ ମନ୍ତ୍ରୀ , ବିଜେପି ବିଧାୟକ , ସାଂସଦ  ଯୋଗଦାନ କରିବେ। ତେଣୁ ଉପମୁଖ୍ୟମନ୍ତ୍ରୀ  ଶରଧାବାଲି  ଅଞ୍ଚଳ ପରିଦର୍ଶନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe