ବାରହା ମାରିବାକୁ ଇଲେକ୍ଟ୍ରି କରେଣ୍ଟ ବ୍ୟବହାର କରୁଥିଲେ ସାବଧାନ! ବିଧାନସଭାରୁ ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

ଆଜି ବିଧାନସଭାର ଦ୍ୱିତୀୟ ଦିନରେ ଗୃହରୁ ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । କହିଲେ, ବାରହା ମାରିବାକୁ ଇଲେକ୍ଟ୍ରି କରେଣ୍ଟ ବ୍ୟବହାର କରୁଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରୁ କାଟିଦିଆଯିବ କରେଣ୍ଟ । 

kv 1

କନକ ବ୍ୟୁରୋ: ଆଜି ବିଧାନସଭାର ଦ୍ୱିତୀୟ ଦିନରେ ଗୃହରୁ ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । କହିଲେ, ବାରହା ମାରିବାକୁ ଇଲେକ୍ଟ୍ରି କରେଣ୍ଟ ବ୍ୟବହାର କରୁଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରୁ କାଟିଦିଆଯିବ କରେଣ୍ଟ । 

ବାରାହା ମାରିବା ପାଇଁ ଯେଉଁମାନେ ଇଲେକ୍ଟ୍ରି କରେଣ୍ଟ ବ୍ୟବହାର କରାଯାଉଛି, ଯାହା କେବଳ ବାରହା ନୁହଁନ୍ତି ବରଂ ହାତୀ ଏପରିକି ଲୋକଙ୍କ ମଧ୍ୟ ଅକାଳ ମୃତ୍ୟୁ ହେଉଥିବା ଘଟଣା ଘଟୁଛି । ଏଭଳି ଘଟଣାକୁ ରୋକିବାକୁ କଠୋର ହୋଇଛନ୍ତି ସରକାର । ଜଙ୍ଗଲି ପଶୁଙ୍କୁ ମାରିବାକୁ ଇଲେକ୍ଟ୍ରି ବ୍ୟବହାର କରୁଥିଲେ ଅଭିଯୁକ୍ତଙ୍କ ଘରୁ କରେଣ୍ଟ କାଟିଦେବାକୁ ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।ଏହାସହ ଏହି ପଦକ୍ଷେପକୁ ସଫଳ କରିବାକୁ ଅନ୍ୟ ବିଧାୟକଙ୍କ ସହଯୋଗ ମଧ୍ୟ ଲୋଡିଛନ୍ତି ସିଂଦେଓ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe