କନକ ବ୍ୟୁରୋ: ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା ମିଳିବା ନେଇ ଆଶ୍ୱସ୍ତ କଲେ ଉପମୁଖ୍ୟମନ୍ତ୍ରୀ । କହିଲେ, ‘୨ ଦିନ ତଳେ ଯାହା ରିଭ୍ୟୁ ନେଇଥିଲି ୯୨ ଲକ୍ଷ ପାଖାପାଖି ମହିଳା ସୁଭଦ୍ରାରେ ଆବଦେନ କରିସାରିଲେଣି । ପ୍ରଥମ କିସ୍ତିରେ ୨୫ ଲକ୍ଷ ୧୧ ହଜାର ଲୋକଙ୍କୁ ଦେଇଛୁ । ଆହୁରି ଗୋଟିଏ ସପ୍ତାହ ଭିତରେ ୧ କୋଟି ଲୋକଙ୍କ ଆବେଦନ ଆସିଯାଇଥିବ । ପ୍ରୋସେସିଙ୍ଗ ପାଇଁ ଟିକେ ସମୟ ଲାଗୁଛି ବୋଲି କହିଛନ୍ତି ପ୍ରଭାତୀ ପରିଡା । ସୁଭଦ୍ରାରେ କୋଟିଏ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ୧ରୁ ସ୍ଲାବ ହେବ ପୁଣି ଲୋକଙ୍କୁ ଦିଆଯିବ । ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେଟିଫିକେସାନ କରିବ । ଏଥର ୨୫ ଲକ୍ଷ ୧୧ ହଜାର ଲୋକଙ୍କ ପାଖେ ପହଞ୍ଚିଛୁ । ପେ ସିଷ୍ଟମ ସୁବିଧା ଅଛି । କୋଟିଏ ଲୋକଙ୍କ ପାଖେ ଜଲଦି ପହଞ୍ଚିବୁ । ସମସ୍ତେ ଧୈର୍ଯ୍ୟ ଧରନ୍ତୁ । ମାର୍ଚ୍ଚ ୮ ପରେ ଏଭଳି ସ୍ଥିତି ହେବ ନାହିଁ । ପ୍ରଥମ କିସ୍ତି ସମସ୍ତେ ପାଇବା ପରେ ଏଭଳି ସ୍ଥିତି ହେବ ନାହିଁ। ତେଣୁ ମାର୍ଚ୍ଚ ୮ ରେ ସମସ୍ତେ ଏକା ସାଙ୍ଗରେ ପାଇବେ ୨ୟ କିସ୍ତି ପଇସା’।
୯୨ ଲକ୍ଷ ମହିଳା କଲେଣି ସୁଭଦ୍ରା ପାଇଁ ଆବେଦନ , କେବେ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା; କହିଲେ ଉପମୁଖ୍ୟମନ୍ତ୍ରୀ
୯୨ ଲକ୍ଷ ମହିଳା କଲେଣି ସୁଭଦ୍ରା ପାଇଁ ଆବେଦନ , କେବେ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା ; ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା......