କନକବ୍ୟୁରୋ: ରାସ୍ତାରେ କାର ଚଳାଇ ରିଲ୍ସ ଭିଡିଓ ସୁଟ କଲେ ଉପମୁଖ୍ୟମନ୍ତ୍ରୀଙ୍କ ପୁଅ, ପଛେ ପଛେ ସୁରକ୍ଷା ଦେଉଥିବା ରାଜ୍ୟ ପୁଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ । ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ପ୍ରେମଚନ୍ଦ ବେରୱାଙ୍କ ପୁଅ ନିଜ ସାଙ୍ଗ ମାନଙ୍କ ସହ ଏକ ଦାମୀ ଗାଡିରେ ରିଲ୍ସ କରିବା ଭିଡିଓ ସାମ୍ନାକୁ ଆସିଛି ।
ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ବିରୋଧିଙ୍କ ଟାର୍ଗେଟରେ ରାଜସ୍ଥାନର ବିଜେପି ସରକାର । ମନ୍ତ୍ରୀଙ୍କ ପୁଅ ଗାଡି ଚଳାଇ ରିଲ୍ସ ବନାଉଥିବା ବେଳେ ରାଜ୍ୟ ପୁଲିସ ତାଙ୍କ ପଛେ ପଛେ ସୁରକ୍ଷା ଦେଇ ଯାଉଥିବା ଅଭିଯୋଗ ଲଗାଇଛନ୍ତି ବିରୋଧୀ। ଯାହାକୁ ନେଇ ବିବାଦ ଦେଖାଦେଇଛି ।